Masthead

ରାହାଣେଙ୍କୁ ନେଇ ଏମିତି କହିଲେ ବିରାଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଙ୍କେ ରାହାନେ ଭାରତୀୟ ଦଳର ଅଧିନାୟକତ୍ୱ ଗ୍ରହଣ କରିବା ପୂର୍ବରୁ ତାଙ୍କ ବିଷୟରେ ମୁହଁ ଖୋଲିଛନ୍ତି ଅଧିନାୟକ ବିରାଟ କୋହଲି । ବିରାଟ କୋହଲି ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଟେଷ୍ଟରେ ବିରାଟ କୋହଲି ଅଧିନାୟକତ୍ୱ କରିବେ । ଏହା ପରେ ହେବାକୁ ଥିବା ୩ଟି ଟେଷ୍ଟରେ ଆଜିଙ୍କେ ରାହାନେ ଅଧିନାୟକତ୍ୱ କରିବେ । ବିରାଟଙ୍କ ଅନୁପସ୍ଥିତିରେ ରାହାନେ ଦଳର ନେତୃତ୍ୱ ନେବେ । ଅଧିନାୟକତ୍ୱ ପଦ ଗ୍ରହଣ କରିବା ପୂର୍ବରୁ ବିରାଟ ରାହାନେଙ୍କ ଆତ୍ମବିଶ୍ୱାସ ଉପରେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି । ରାହାନେ ପୂର୍ବରୁ ଦୁଇଟି ଟେଷ୍ଟରେ ଭାରତର ନେତୃତ୍ୱ ନେଇଛନ୍ତି ।

ସେ ୨୦୧୭ରେ ଅଷ୍ଟ୍ରେଲିଆ ଓ ୨୦୧୮ରେ ଆଫଗାନିସ୍ଥାନ ବିପକ୍ଷରେ ନେତୃତ୍ୱ ନେଇଥିଲେ । ଉଭୟ ମ୍ୟାଚକୁ ଜିତିଥିଲେ ରାହାନେ । କୋହଲ ଆଜିଙ୍କେ ରାହାନେଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିଛନ୍ତି । ପ୍ରଥମ ଟେଷ୍ଟ ପୂର୍ବରୁ ଏକ ପ୍ରି-ମ୍ୟାଚ ପ୍ରେସ୍ କନଫରମେନ୍ସ ରାହାନେଙ୍କ ବିଷୟରେ ଅଧିକ କହିଥିଲେ । ସେ କହିଥିଲେ କି ସର୍ବ ପ୍ରଥମେ ରାହାନେ ଓ ମୁଁ ବର୍ଷ ବର୍ଷ ଧରି ଆମ ଭିତରେ ବୁଝାମଣା ଭଲ ରହିଛି । ରାହାନେ ଦୁଇଟି ଅଭ୍ୟାସ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କାର୍ଯ୍ୟ କରିଛନ୍ତି । ସେ ଆମ ଦଳର ଶକ୍ତି ଜାଣନ୍ତି । କୋହଲି କହିଛନ୍ତି କି ଆମେ କିପରି ମ୍ୟାଚରେ ଯିବାକୁ ଚାହୁଁଛୁ ତାହା ଆମେ ଜାଣିଛୁ ଓ ମୋ ଅନୁପସ୍ଥିତିରେ ରାହାନେ ଏକ ଜବରଦସ୍ତ କାର୍ଯ୍ୟ କରିବେ ବୋଲି କୋହଲି କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା