Masthead

୨୦୨୨ ମହିଳା ବିଶ୍ୱକପ ଲାଗି ଜାରି ହେଲା ସୂଚୀ ତାଲିକା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୦୨୨ ମହିଳା ବିଶ୍ୱକପ ପାଇଁ ଜାରି ହୋଇଛି ସୂଚୀ ତାଲିକା । ୨୦୨୨ରେ ନ୍ୟୁଜଲ୍ୟାଣ୍ଡରେ ଆରମ୍ଭ ହେବାକୁ ଯାଉଥଇବା ଏହି ବିଶ୍ୱକପରେ ଭାରତ ମାର୍ଚ୍ଚ ୬ରୁ ତା’ର ଅଭିଯାନ ଆରମ୍ଭ କରିବ । ବିଶ୍ୱର ଶ୍ରେଷ୍ଠ ୬ ଦଳକୁ ନେଇ ଏହି ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି । ପୂର୍ବରୁ ଘୋଷିତ ୬ ଆୟୋଜକ ସହର ଓ ଭେନ୍ୟୁ ଅପରିବର୍ତ୍ତିତ ରହିଛି । ୨୦୨୨ ମାର୍ଚ୍ଚ ୪ରୁ ଏପ୍ରିଲ ୩ ତାରିକ ପର୍ଯ୍ୟନ୍ତ ଏହି ଦିନିକିଆ ବିଶ୍ୱକପ ଅନୁଷ୍ଠିତ ହେବ । ଆୟୋଜକ ନ୍ୟୁଜଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ ଓ ଦକ୍ଷିଣ ଆଫ୍ରିକା ସିଧାସଳଖ ଯୋଗ୍ୟତା ହାସଲ କରିସାରିଥିବା ବେଳେ ୩ ଦଳ ଯୋଗ୍ୟତା ପର୍ଯ୍ୟାୟରେ ଆସିବେ । ଯୋଗ୍ୟତା ପର୍ଯ୍ୟାୟ ଆସନ୍ତା ବର୍ଷ ଜୁନ୍ – ଜୁଲାଇରେ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ ।

ଗତକାଲି ଆଇସିସି ଏହି ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି । ଏଥିରେ ମୋଟ ୩୧ ଟି ମ୍ୟାଚ ଖେଳାଯିବ । ୱେଲିଂଟନରେ ଫାଇନାଲରେ ମ୍ୟାଚ ଖେଳାଯିବ । ମାର୍ଚ୍ଚ ୬ରେ ଭାରତ ତା’ର ଅଭିଯାନ ଆରମ୍ଭ କରିବ । ସେହିପରି ମାର୍ଚ୍ଚ ୧୨ ଓ ୨୨ରେ ଭାରତ ଅନ୍ୟ ଦୁଇଟି ଯୋଗ୍ୟତା ପର୍ଯ୍ୟାୟ ଦଳକୁ ଭେଟିବ । ଏହି ଦୁଇଟି ଯାକ ମ୍ୟାଚ ହାମିଲଟନର ସେଡନ୍ ପାର୍କରେ ଖେଳାଯିବ । ଗତବର୍ଷ ବିଶ୍ୱକପ ଉପ ବିଜେତା ଭାରତ ଲଗାତର ଭାବରେ ଆଇସିସି ଟୁର୍ଣ୍ଣମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଆସୁଛି । ଯଦି ଆମେ ୨୦୨୨ ବିଶ୍ୱକପ ବିଜେତା ହେଉ ତାହାଲେ ପରବର୍ତ ପିଢ଼ୀ ପାଇଁ ଏକ ପ୍ରେରଣା ହେବ ବୋଲି କହିଚନ୍ତି ଭାରତୀୟ ମହିଳା ଦଳର ଅଧିନାୟକ ମିତାଲି ରାଜ୍ । ଘୋଷିତ ସୂଚୀ ଅନୁସାରେ ପ୍ରତ୍ୟେକ ୮ ଦଳ ପରସ୍ପର ସହ ଥରେ ମାତ୍ର ମୁହାଁମୁହିଁ ହେବେ । ଶେଷରେ ଶ୍ରେଷ୍ଠ ୪ ଦଳ ହିଁ ସେମିଫାଇନାଲ ଯିବେ । ୱେଲିଂଟନରେ ସେମିଫାଇନାଲ ଖେଳାଯିବାକୁ ଥିବା ବେଳେ ଫାଇନାଲ ମଧ୍ୟ ୱେଲିଂଟନରେ ଖେଳାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ