ଭଙ୍ଗା କୁଡିଆରେ ବିତୁଛି ଦିନ

ଅସ୍ତରଙ୍ଗ(ବଡ଼ ଖବର ବ୍ୟୁରୋ): କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗରିବ ଅସହ୍ୟ ଲୋକଙ୍କୁ ପକ୍କାଘର ଯୋଗାଇ ଦେଉଛନ୍ତି । କିନ୍ତୁ ଏହା ସାଧାରଣ ଲୋକଙ୍କ ନିକଟରେ ପହଂଚିବା ସାତ ସପନ । ଏହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସହନ ଗ୍ରାମରେ । ଦିନରେ ଭଙ୍ଗା କୁଡ଼ିଆର ଭିତରେ ପଡୁଛି ସୂର୍ଯ୍ୟ ଓ ରାତିରେ ପଡୁଛି ଜହ୍ନ । ଏହି ଭଙ୍ଗା ଘରେ ବସ ବାସ କରୁଛନ୍ତି ଷୋହଳ ନମ୍ବର ୱାର୍ଡର ଦାସର ବୈକୁଣ୍ଠ । ବିପଦ ପୂର୍ଣ୍ଣ ମାଟି ଘରେ ଚଳୁଛନ୍ତି ଦାସର ବୈକୁଣ୍ଠଙ୍କ ସହ ତାଙ୍କ ପିଲାମାନେ । ବର୍ଷା ଦିନେ ଗଳୁଛି ପାଣି । ଘରଟି ନଈ ବନ୍ଧଉପରେ ଅବସ୍ଥିତ । ସେହି ଝାଟିମାଟି ଘରେ ଚଳନ୍ତି ଦାସର ବୈକୁଣ୍ଠଙ୍କପରିବାର । ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କୁ କହିଲେ ମଧ୍ୟ ଶୁଣୁ ନାହାନ୍ତି । ଆଶ୍ରୟ ନେବାକୁ କୋଣସି ବିକଳ୍ପ ବ୍ୟବସ୍ତା ନ ଥିବାରୁ ଦର ଭଙ୍ଗା ଘରେ ପରିବାରକୁ ନେଇ ଚଳୁଛନ୍ତି । ଅପେକ୍ଷାରେ ଅଛନ୍ତି କେବେ ସରକାର ତାଙ୍କ ଦୁଃଖ ବୁଝି ଆବାସ ପ୍ରଦାନ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!