Masthead

ବିଧାନସଭାରେ ରାଜକୃଷ୍ଣଙ୍କ ପଟ୍ଟଚିତ୍ର ଲାଗୁ

ସାଲେପୁର(ବଡ଼ ଖବର ବ୍ୟୁରୋ): କଟକ କିଶନନଗର ତହସିଲ ରାମଚନ୍ଦ୍ରପୁର ଗ୍ରାମର ରାଜକୃଷ୍ଣ ବୋଷ । ସ୍ୱାଧୀନତା ସଂଗ୍ରାମୀ ଭାବରେ ପରିଚିତ । ୧୯୦୦ ମସିହା ଡିସେମ୍ବର ୧୭ରେ ଜନ୍ମଗ୍ରହଣ କରିଥିଲେ ରାଜକୃଷ୍ଣ । ମହାତ୍ମାଗାନ୍ଧୀ, ଗୋପବନ୍ଧୁ ଦାସଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯୋଗଦେଇଥିଲେ ସ୍ୱାଧୀନତା ସଂଗ୍ରାମରେ ।

ସେ ନିଜ ଅଞ୍ଚଳର ଉନ୍ନତି ପାଇଁ ମଧ୍ୟ ଅନେକ କାର୍ଯ୍ୟ କରିଥିଲେ । ୧୯୯୨ ମସିହାରେ ମୃତ୍ୟୁବରଣ କରିଥିଲେ ରାଜକୃଷ୍ଣ ବୋଷ । ଆଜି ତାଙ୍କ ଜୟନ୍ତୀ ଅବସରରେ ଜନ୍ମପୀଠକୁ ସ୍ମୃତିପୀଠ ଭାବେ ଘୋଷଣା କରିବା ପାଇଁ ଦାବି କରାଯାଇଛି । ଏଭଳି ଯୁଗଜନ୍ମାଙ୍କୁ ସରକାର ଆଜି ପର୍ଯ୍ୟନ୍ତ ଦେଇପାରି ନାହାନ୍ତି ଉପଯୁକ୍ତ ସମ୍ମାନ । ତାଙ୍କ ଜନ୍ମପୀଠକୁ ସ୍ମୃତିପୀଠ କରିବା ସହିତ ତାଙ୍କର ଏକ ପଟ୍ଟଚିତ୍ର ବିଧାନସଭା କକ୍ଷରେ ରଖାଯିବା ପାଇଁ ସର୍ବସାଧାରଣରେ ଦାବି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ