Masthead

ମନୋଜ ଦାସଙ୍କ ପାଇଁ ଦୀପଟିଏ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆର୍ନ୍ତଜାତିକ ଖ୍ୟାତି ସମ୍ପନ୍ନ କଥାକାର ପଦ୍ମଭୂଷଣ ମନୋଜ ଦାସ ଗତ କିଛିଦିନ ଧରି ଗୁରୁତର ଭାବେ ଅସୁସ୍ଥ ହୋଇ ପଣ୍ଡିଚେରୀସ୍ଥିତ ଜିପମର ଠାରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଆଶୁ ଆରୋଗ୍ୟ ପାଇଁ ବିଶ୍ୱର କୋଣଅନୁକୋଣରେ ଥିବା ତାଙ୍କର ଅଗଣିତ ପାଠକବର୍ଗ ରବିବାର ସନ୍ଧ୍ୟା ୬ଟାରେ ଦୀପ ଜଳାଇ ପ୍ରାର୍ଥନା କରିବାକୁ ସ୍ଥିର ହୋଇଛି । ମନୋଜ ଦାସ ଫ୍ୟାନ୍ସ ଗ୍ରୁପ ତରଫରୁ ମଧ୍ୟ ଓଡ଼ିଶାର ପାଠକମାନଙ୍କୁ ପ୍ରଦୀପ ପ୍ରଜ୍ୱଳନ କରିବାକୁ ଅନୁରୋଧ କରାଯାଇଛି । ମନୋଜ ଦାସ ଗତ ଆଠମାସ ଧରି ଅସୁସ୍ଥ ଥିବା ସ୍ଥଳେ ବିଗତ କିଛିଦିନ ତଳେ ଗୁରୁତର ହୋଇପଡିଥିଲେ । ପଣ୍ଡିଚେରୀସ୍ଥିତ ଆଶ୍ରମ ନର୍ସିଂହୋମରେ ଚିକିତ୍ସିତ ହେଉଥିଲେ । ସେଠାରେ ଅବସ୍ଥା ଅଧିକ ଜଟିଳ ହେବାରୁ ତାଙ୍କୁ ‘ଜବାହାରଲାଲ ନେହରୁ ଇନଷ୍ଟିଚ୍ୟୁଟ ଅଫ ପୋଷ୍ଟଗ୍ରାଜୁଏଟ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ’ କୁ ସ୍ଥାନାନ୍ତରିତ ହୋଇଥିଲେ । ଶ୍ରୀଦାସଙ୍କ ନିମନ୍ତେ ଏହି ଦୀପଦାନ ପାଇଁ ବିଭିନ୍ନ ମହଲରୁ ନିବେଦନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ