Masthead

ମନୋଜ ଦାସଙ୍କ ପାଇଁ ଦୀପଟିଏ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆର୍ନ୍ତଜାତିକ ଖ୍ୟାତି ସମ୍ପନ୍ନ କଥାକାର ପଦ୍ମଭୂଷଣ ମନୋଜ ଦାସ ଗତ କିଛିଦିନ ଧରି ଗୁରୁତର ଭାବେ ଅସୁସ୍ଥ ହୋଇ ପଣ୍ଡିଚେରୀସ୍ଥିତ ଜିପମର ଠାରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଆଶୁ ଆରୋଗ୍ୟ ପାଇଁ ବିଶ୍ୱର କୋଣଅନୁକୋଣରେ ଥିବା ତାଙ୍କର ଅଗଣିତ ପାଠକବର୍ଗ ରବିବାର ସନ୍ଧ୍ୟା ୬ଟାରେ ଦୀପ ଜଳାଇ ପ୍ରାର୍ଥନା କରିବାକୁ ସ୍ଥିର ହୋଇଛି । ମନୋଜ ଦାସ ଫ୍ୟାନ୍ସ ଗ୍ରୁପ ତରଫରୁ ମଧ୍ୟ ଓଡ଼ିଶାର ପାଠକମାନଙ୍କୁ ପ୍ରଦୀପ ପ୍ରଜ୍ୱଳନ କରିବାକୁ ଅନୁରୋଧ କରାଯାଇଛି । ମନୋଜ ଦାସ ଗତ ଆଠମାସ ଧରି ଅସୁସ୍ଥ ଥିବା ସ୍ଥଳେ ବିଗତ କିଛିଦିନ ତଳେ ଗୁରୁତର ହୋଇପଡିଥିଲେ । ପଣ୍ଡିଚେରୀସ୍ଥିତ ଆଶ୍ରମ ନର୍ସିଂହୋମରେ ଚିକିତ୍ସିତ ହେଉଥିଲେ । ସେଠାରେ ଅବସ୍ଥା ଅଧିକ ଜଟିଳ ହେବାରୁ ତାଙ୍କୁ ‘ଜବାହାରଲାଲ ନେହରୁ ଇନଷ୍ଟିଚ୍ୟୁଟ ଅଫ ପୋଷ୍ଟଗ୍ରାଜୁଏଟ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ’ କୁ ସ୍ଥାନାନ୍ତରିତ ହୋଇଥିଲେ । ଶ୍ରୀଦାସଙ୍କ ନିମନ୍ତେ ଏହି ଦୀପଦାନ ପାଇଁ ବିଭିନ୍ନ ମହଲରୁ ନିବେଦନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା