Masthead

୬୪ବର୍ଷରେ ବି ଫିଟ ‘ମିଷ୍ଟର ଇଣ୍ଡିଆ’

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ଏଭରଗ୍ରିନଷ୍ଟାର ତଥା ମିଷ୍ଟର ଇଣ୍ଡିଆ ଭାବରେ ପରିଚିତ ଅନୀଲ କପୁର । ଗୁରୁବାର ଅନୀଲ ୬୪ବର୍ଷ ବୟସରେ ପହଞ୍ଚିଛନ୍ତି । ବୟସ ୬୦ ପାର କରିବା ସହ ଝିଅ ସୋନମ କପୁରଙ୍କ ବିବାହ ସରିଯାଇଥିଲେ ମଧ୍ୟ ଅନୀଲ ଏବେ ବି ଲାଗୁଛନ୍ତି ୩୦ ବର୍ଷୀୟ କୁଲ ହିରୋଙ୍କ ପରି । ନିଜକୁ ଖୁବ୍ ଫିଟ ରଖିଛନ୍ତି ଅନୀଲ । ବଲିଉଡକୁ ଅନୀଲଙ୍କ ରହିଛି ବହୁ ହିଟ ଫିଲ୍ମର ଅବଦାନ । ସେଥିମଧ୍ୟରେ ରହିଛି ଜୁଦାଇ, ରାମ ଲଖନ, ତେଜାବ, ବେଟା, ମିଷ୍ଟର ଇଣ୍ଡିଆ, ତାଲ, ପୁକାର, ନାୟକ ପରି ୯୦ ଦଶକର ଫିଲ୍ମ ତଥା ଦିଲ ଧଡକନେ ଦୋ, ଓଲକମ, ଓଲକମ ବ୍ୟାକ ପରି ଏବେର ସୁପରହିଟ ଫିଲ୍ମ । ଅନିଲଙ୍କ ହିରୋ ଭୂମିକା ହେଉ ବା କମେଡି କ୍ୟାରେକ୍ଟର ହେଉ ବା ଆକ୍ସନ ହେଉ କି ଏବେକାର ସିନିୟର ଆଟିଷ୍ଟ ର ରୋଲ ସବୁ ଛୁଇଁଥାଏ ଦର୍ଶକଙ୍କ ହୃଦୟକୁ । ବେଶିକରି ଓଲକମ ଫିଲ୍ମରେ ତାଙ୍କ ମଜନୁ ଭାଇ କ୍ୟାରେକ୍ଟର କେହି ବି ଦର୍ଶକ ଚାହିଁଲେ ଭି ଭୁଲିପାରିବେନି ।

ମାତ୍ର ୧୨ବର୍ଷ ବୟସରୁ ଅନିଲ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ବଲିଉଡରେ ପ୍ରଥମେ ଜଣେ ଶିଶୁ କଳାକାର ଭାବରେ ଅନେକ ଫିଲ୍ମ କରିବା ପରେ ଜଣେ ଲୋକପ୍ରିୟ ସୁପରଷ୍ଟାରର ଟାଇଟଲ ପାଇବାରେ ସମର୍ଥ ହୋଇଥିଲେ । ତେବେ ଅନୀଲଙ୍କ ଫିଲ୍ମ କ୍ୟାରିୟର ଯେତିକି ହିଟ, ବ୍ୟକ୍ତିଗତ ଜୀବନ ବି ସେତିକି ଫିଟ । ଜଣେ ଭଲ ସ୍ୱାମୀ ଓ ପିତା ଭାବରେ ନିଜର ସମସ୍ତ ଦାୟିତ୍ୱ ତୁଲାଇଛନ୍ତି । ସେ ସବୁକାମରେ ଫିଟ ବୋଲି ପ୍ରମାଣିତ କରିଛନ୍ତି ।

ଏକ ଆଓାର୍ଡ ସୋ ରେ ତାଙ୍କୁ କେହି ପୁରୁଣା କଳାକାର କହିବା ବେଳେ ଅନୀଲ ଏବେ ବି ୟଙ୍ଗ ଆଉ ଫିଟ ବୋଲି ସେ ଜଣାଇଥିଲେ । ଏଥିସହ ତାଙ୍କ ଇନଷ୍ଟା ପୋଷ୍ଟରେ ବି ସେ ଫିଟ ବୋଲି ସେ ଏକ କ୍ୟାପସନ ପୋଷ୍ଟ କରିଛନ୍ତି । ଅନୀଲଙ୍କ ଜନ୍ମଦିନ ଅବସରରେ ତାଙ୍କ ଅପକମିଙ୍ଗ ଫିଲ୍ମ ଏକେ ଭରସେସ ଏକେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହୋଇଛି । ଏଥିରେ ଅନୀଲ କପୁର ଓ ନିର୍ମାତା ଅନୁରାଗ କାଶ୍ୟପ ଲିଡରେ ନଜର ଆସୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ