ବିପନ୍ନରେ ଅଲିଭ ରିଡଲେ

କୋର୍ଣାକ(ବଡ଼ ଖବର ବ୍ୟୁରୋ): ସମୁଦ୍ର ମୁହାଣରେ ମରି ପଡିଛନ୍ତି ଅଲିଭ ରିଡ଼ଲେ କଇଁଛ । ମାତ୍ର ପ୍ରଶାସନର ନିଦ ଭାଙ୍ଗୁନି । ବେଲେଶ୍ୱର ଠାରୁ କୁଶଭଦ୍ରା ମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳରେ ୩୦ ରୁ ଉଦ୍ଧ୍ୱ ଅଲିଭ ରିଡ଼ଲେ କଇଁଛ ମରି ପଡିଥିବାର ଦେଖିବାକୁ ମିଳିଛି । ନଭେମ୍ବର ମାସରେ ଅଲିଭ ରିଡ଼ଲେ ଅଣ୍ଡାଦେବା ପାଇଁ ସମୁଦ୍ର ମଧ୍ୟରୁ ଉପକୂଳକୁ ଆସିଥାନ୍ତି । ଏହି ସମୟରେ କୂଳରୁ ୨୦ କିମି ଦୂରରେ ଟ୍ରଲର ଚଳାଚଳ ନିଷେଧ ହୋଇଥାଏ । କିନ୍ତୁ ଟ୍ରଲର ମାଲିକ ମାନେ ବେଆଇନ ଭାବରେ ସମୁଦ୍ର କୂଳରୁ ୧କିମି ମଧ୍ୟରେ ନିଜ ନିଜର ଟ୍ରଲର ମାଛ ଧରିବା ପାଇଁ ନେଇଥାନ୍ତି । ଏବଂ ରାମଚଣ୍ଡି ମୁହାଣରେ ହେଉଥିବା ଇକୋ ରିଟ୍ରିଟ୍ ର ହାଇମାକ୍ସ୍ ଲାଇଟ୍ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁର ମୁଖ୍ୟ କାରଣ ବୋଲି କୁହାଯାଉଛି । ମାତ୍ର ସରକାରଙ୍କ ବନ ବିଭାଗ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗ ଏ ବିଷୟରେ ଅବଗତ ଥାଇ ମଧ୍ୟ ଚୁପ ହୋଇ ବସିରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!