Masthead

ଜାହାନିଆରେ ଜମୁଛି ଭିଡ

ଅସ୍ତରଙ୍ଗ(ବଡ଼ ଖବର ବ୍ୟୁରୋ): ପିର୍ ଜାହାନିଆ ପୀଠରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ଶୀତଋତୁ ଆଣିଥାଏ ପର୍ଯ୍ୟଟଙ୍କ ମନରେ ଆନନ୍ଦ । ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରି ସମୁଦ୍ରରେ ଗାଧୋଇବାର ମଜା ସହ ବଣଭୋଜିର ଭରପୂର ଆନନ୍ଦ ଉଠାଉଛନ୍ତି ପର୍ଯ୍ୟଟକ । ଦୂର ଦୂରାନ୍ତରୁ ପର୍ଯ୍ୟଟକଙ୍କ ଭିଡ ଲାଗୁଛି । କରୋନା ମହାମାରୀ ପାଇଁ ଦୀର୍ଘ ୮ରୁ ୯ ମାସ ହେଲା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବନ୍ଦ ଥିଲା । ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ପୀର ଜାହାନିଆ ପୀଠରେ ବିରାଜମାନ ହିନ୍ଦୁ ମୁସଲମାନ ଉଭୟ ସମ୍ପ୍ରଦାୟର ପୀଠ । ପୀର ଜାହାନିଆ ରାଜ୍ୟର ଅନ୍ୟତମ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ । ଚିତାକର୍ସକ ସ୍ୱର୍ଣ୍ଣାଭ ବେଳାଭୂମି ସହ ଝାଉଁଜଙ୍ଗଲର ବଣଭୋଜି ପର୍ଯ୍ୟଟକଙ୍କୁ ଆକର୍ଷଣୀୟ କରିଥାଏ । ପର୍ଯ୍ୟଟକଙ୍କ ସୁରକ୍ଷାପାଇଁ ଲାଇଫଗାର୍ଡ ବ୍ୟବସ୍ଥା ଅଭାବରୁ ବିଗତ ଦିନମାନଙ୍କରେ ଅନେକ ପର୍ଯ୍ୟଟକ ବଣଭୋଜି ପାଇ ଆସି ଏଠାରେ ଜୀବନ ହରାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ