ପ୍ରଥମ ଦିନରେ ବ୍ୟାକଫୁଟରେ କଙ୍ଗାରୁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଆଜି ଠାରୁ ଆରମ୍ଭ ହୋଇଛି ବକ୍ସିଂ ଡେ ଟେଷ୍ଟ । ଏହି ଟେଷ୍ଟ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି । ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ଏହି ଟେଷ୍ଟରେ ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ବିରାଟ କୋହଲିଙ୍କ ବିନା ଆଜିଙ୍କେ ରାହାନେଙ୍କ ନେତୃତ୍ୱରେ ଦଳ ଆଜି ପଡ଼ିଆକୁ ଓହ୍ଲାଇଥିଲା । ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତି ନେଇଥିଲା ଅଷ୍ଟ୍ରେଲିଆ । ମ୍ୟାଚ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା କଙ୍ଗାରୁ । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ମାତ୍ର ୧୯୫ ରନ ସଂଗ୍ର କରିପାରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମାର୍ଲସ ଲାବୁସାନେ ସର୍ବଧିକ ୪୮ ଓ ଟ୍ରାଭିସ ହେଡ ୩୮ ରନ ସଂଗ୍ରହ କରିଥିଲେ ।

ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୯୫ ରନରେ ଅଲଆଉଟ ହେବା ପରେ ଭାରତ ପ୍ରଥମ ଇନିଂସ ବ୍ୟାଟିଂ କରିବାକୁ ଆସିଥିଲା । ପ୍ରଥମ ଟେଷ୍ଟରେ ଖରାପ ପ୍ରଦର୍ଶନ କରିଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ସୁଧାରିବା ପାଇଁ ଚେଷ୍ଟା କରୁଛି । ଗତ ମ୍ୟାଚରେ ଖରାପ ପ୍ରଦର୍ଶନ କରିଥିବା ପୃଥ୍ୱୀ ଶଙ୍କ ସ୍ଥାନରେ ଶୁଭମନ ଗିଲ୍ ଙ୍କୁ ସ୍ଥାନ ମିଳିଥିଲା । ଆଜି ଭାରତର ପାରି ଆରମ୍ଭ କରିଥିଲେ ମୟଙ୍କ ଅଗ୍ରୱାଲ ଓ ଶୁଭମନ ଗିଲ୍ । ବ୍ୟାଟିଂ ଆରମ୍ଭରୁ ଭାରତକୁ ଲାଗିଥିଲା ଝଟକା । ମୟଙ୍କ ଅଗ୍ରୱାଲ ଜିରୋ ରନରେ ଷ୍ଟାର୍କଙ୍କ ଶିକାର ହୋଇଥିଲା । ଏହା ପରେ ଦଳକୁ ସମ୍ଭାଳିଥିଲେ ଡେବ୍ୟୁ କରିଥିବା ଶୁଭମନ ଗିଲ୍ ଓ ଚେତେଶ୍ୱର ପୂଜାରା । ଭାରତ ପକ୍ଷରୁ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ୪ଟି, ରବି ଚନ୍ଦ୍ରନ ଅଶ୍ୱିନ ୩ଟି, ଆଜି ଡେବ୍ୟୁ କରିଥିବା ମହମ୍ମଦ ସିରାଜ ୨ଟି ଓ ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ