ସମ୍ବଲପୁର/ଯୁଯୁମୁରା(ବଡ଼ ଖବର ବ୍ୟୁରୋ): ଶିକ୍ଷା ବିଭାଗର ଅଜବ ନୀତି। କମ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ନ କରି ଅଧିକ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ହେଉଛି। ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ବାହାମ ସ୍କୁଲ ଓ ଖଲିଆପାଲି ସ୍କୁଲରେ ଏଭଳି ଘଟଣା ସାମ୍ନାକୁ ଆସିଛି। ସେପଟେ କିଭଳି ଦୂର ସ୍ଥାନକୁ କୁନି କୁନି ପିଲାମାନେ ପାଠ ପଢିବାକୁ ଯିବେ ତାକୁ ନେଇ ଚିନ୍ତାରେ ଅଭିଭାବକ ଓ ଗ୍ରାମବାସୀ।
କମ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ କରାଯିବା ପାଇଁ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ନୂତନ ନିଦ୍ଦେଶ ଜାରୀ କରିଛନ୍ତି । ତେଵେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅଧିନସ୍ଥ ବାହାମ ପ୍ରାଥମିକ ବିଦ୍ୟାଳୟରେ ୨୯ ଜଣ ଛାତ୍ରୀଛାତ୍ରୀ ରହିଥିବା ବେଳେ ଏହା ବନ୍ଦ ହେବାକୁ ନୋଟିସ ଜାରି କରାଯାଉଛି। ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏହି ସ୍କୁଲ ବନ୍ଦ କରାଯିବା ପାଇ ଚିଠି ମଧ୍ୟ କରାଯାଇଛି । ତେଵେ ଏହି ସ୍କୁଲ ୧୮୯୨ ମସିହାରୁ ସ୍ଥାପିତ ହୋଇଥିଵାରୁ ବନ୍ଦକୁ ବିରୋଧ କରୁଛନ୍ତି ଗ୍ରାମବାସୀ। ତେଵେ ଏହି ସ୍କୁଲ ବନ୍ଦ ହେଲେ ନିକଟରେ ଥିବା ସ୍କୁଲମାନଙ୍କୁ ଏଠାକାର ପିଲାମାନେ ପାଠ ପଢିବା ପାଇ ଯିବେ। ହେଲେ ଦୂର ରାସ୍ତା ସହ ନାଲା ଓ ଜଙ୍ଗଳ ରାସ୍ତା ତଥା ହାତୀ ଭୟ ଯୋଗୁ ଅଭିଭାବକମାନେ ଭୟଭୀତ ହେଉଛନ୍ତି। ଏହାକୁ ନେଇ ସ୍କୁଲ ବନ୍ଦ ନ କରାଯାଉ ବୋଲି ସାଧାରଣରେ ଦାବୀ କରାଯାଇଛି ।
ଅନ୍ୟପଟେ ବାହାମ ସ୍କୁଲରେ ୧୫ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ହେଲେ ଏହି ସ୍କୁଲ ବନ୍ଦ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ନୋଟିସ ହୋଇନାହିଁ କି ବନ୍ଦ ମଧ୍ୟ ହେବ ନାହି। ଏହାକୁ ନେଇ ବାହାମ ଗ୍ରାମବାସୀ ସରକାରଙ୍କ ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିଛନ୍ତି । କିଭଳି ସରକାରଙ୍କ ନିର୍ଦେଶ ଅନୁସାରେ କମ ପିଲା ଥିବା ସ୍କୁଲ ବନ୍ଦ ନ କରି ଅଧିକ ଥିବା ସ୍କୁଲ ବନ୍ଦ କରାଯାଉଛି ବୋଲି କହିଛନ୍ତି । ତା’ସହ ସରକାରଙ୍କ ଅଜବ ନୀତି ପ୍ରତି ପ୍ରଶ୍ନ କରିଛନ୍ତି। ପୂର୍ବରୁ ଗୋଟିଏ ପ୍ରାଥମିକ ସ୍କୁଲରେ ୪ ରୁ ୫ ଜଣ ଶିକ୍ଷକ ନିଯୁକ୍ତ ହେଉଥିବା ବେଳେ ଏବେ ଗୋଟିଏ କିମ୍ବା ଦୁଇଟି ଶିକ୍ଷକ ଦେଉଛନ୍ତି। ତା ପୁଣି ପାଠ ପଢ଼ାଇବା ସହ ଅନ୍ୟାନ୍ୟ କାର୍ଯ୍ୟ। ସେମିତି ହେଲେ କେମିତି ହେବ ପାଠ ପଢା ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକେ। ତେବେ ତୁରନ୍ତ ରାଜ୍ୟ ସରକାର ୧୮୯୨ ମସିହାର ପୁରାତନ ସ୍କୁଲ ଏବଂ କମ ପିଲା ଥିବା ସ୍କୁଲ ଖୋଲା ରଖୁଥିବା ବେଳେ ଅଧିକ ପିଲା ଥିବା ସ୍କୁଲକୁ ବନ୍ଦ କରିଦେଉଛନ୍ତି । ଯାହା ଉପରେ ଦୃଷ୍ଟି ରଖି ପଦକ୍ଷେପ ନିଅନ୍ତୁ ବୋଲି ବାହାମ ଗ୍ରାମବାସୀ ଦାବି ଜଣାଇଛନ୍ତି ।