Masthead

ବରିଷ୍ଠ ସାମ୍ବାଦିକଙ୍କ ବିୟୋଗ

ବରଗଡ(ବଡ଼ ଖବର ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କ ଅକାଳ ବିୟୋଗ ହୋଇଛି । ଆଜି ଦିନ ୧୨ଟା ସମୟରେ ସମ୍ବଲପୁର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କୁ ୬୪ ବର୍ଷ ହୋଇଥିଲା । ଶେଷ ସମୟରେ ସ୍ତ୍ରୀ ଓ ଦୁଇ ଝିଅ ତାଙ୍କ ପାଖରେ ଥିଲେ । ସ୍ୱର୍ଗତ ମିଶ୍ରଙ୍କ ବିୟୋଗରେ ବରଗଡ଼ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଏସୋସିଏସନ (ଜାଵ) ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।

ଦୈନିକ ଆଶା ଖବର କାଗଜରୁ ନିଜର ସାମ୍ବାଦିକତା ଆରମ୍ଭ କରିଥିବା ଶ୍ରୀ ମିଶ୍ର ଦୀର୍ଘ ଚାଳିଶ ବର୍ଷ କାଳ ସାମ୍ବାଦିକତା ସହ ଜଡିତ ଥିଲେ । ସାମ୍ବାଦିକ ସଂଘ ମାଧ୍ୟମରେ ସାମ୍ବାଦିକମାନଙ୍କୁ ଏକ ଜୁଟ କରି ସେମାନଙ୍କ ବିଭୀନ୍ନ ସମସ୍ୟା ବିରୋଧରେ ଆଜୀବନ ଲଢେଇ ଜାରି ରଖିଥିଲେ । ଶ୍ରୀ ମିଶ୍ର ସଂପ୍ରସାରିତ ବଲାଙ୍ଗିର ସାମ୍ବାଦିକ ସଂଘର ପ୍ରଥମ ସଂପାଦକ ଭାବେ ଦାଇତ୍ୱ ତୁଳାଇବା ପରେ, ବଲାଙ୍ଗିର ସାମ୍ବାଦିକ ସଂଘର ସଭାପତି ଭାବେ ବଲାଙ୍ଗିରରେ ସାଂବାଦିକ ଭବନ ନିର୍ମାଣରେ ତାଙ୍କର ଅଗ୍ରଣି ଭୂମୀକା ରହିଥିଲା । ବଲାଙ୍ଗିର ସଂଘରୁ ରାଜ୍ୟକୁ ମନୋନୀତ ହୋଇ ଓଡିଶା ସାମ୍ବାଦିକ ସଂଘର ଉପ ସଭାପତି, ପରେ ପରେ ସଭାପତି ଭାବେ ଦାଇତ୍ୱ ତୁଲାଇଥିଲେ । ସେହିପରି ଓଡିଶା ସାମ୍ବାଦିକ ସଂଘରୁ ମନୋନିତ ହୋଇ ରାଷ୍ଟ୍ରୀୟ ସାମ୍ବାଦିକ ସଂଘର ଉପ ସଭାପତି ଭାବେ ଦାଇତ୍ୱ ତୁଳାଇ ବଲାଙ୍ଗିର ମାଟି ପାଇଁ ଗୌରବ ଆଣି ଦେଇଥିଲେ । ତାଙ୍କର ବିୟୋଗରେ ସାମ୍ବାଦିକତା ଜଗତରେ ଶୋକର ଛାୟା ଖେଳିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା