Masthead

କରୋନା ଆକ୍ରାନ୍ତଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ନର୍ସ

କରୋନା ମହାମାରୀ ପାଇଁ ବିଶ୍ୱସାରା ଲୋକେ ସତର୍କତା ଅବଲମ୍ବନ କରିଛନ୍ତି । ଇଣ୍ଡୋନେସିଆର ଏକ ହସ୍ପିଟାଲ୍‌ର ନର୍ସଙ୍କ କାରନାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୋଗ ହୋଇଛି ଯେ ନର୍ସ ଜଣକ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଜଣେ କରୋନା ରୋଗୀଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ପିନ୍ଧିଥିବା ପିପିଇ କିଟ୍‌କୁ ଖୋଲି ଦେଇଥିଲେ । ନର୍ସ ଜଣକ ହସ୍ପିଟାଲ୍‌ର ଶୌଚାଳୟରେ ଏପରି ଘୃଣ୍ୟ କାର୍ୟ୍ୟ କରିଥିବା ସୂଚନା ରହିଛି । କରୋନା ଆକ୍ରାନ୍ତ ଜଣକ ଏ ନେଇ ସୋସିଆଲ୍‌ ମିଡିଆରେ ସୂଚନା ଦେବା ପରେ ଚର୍ଚ୍ଚା ଜୋର ଧରିଛି ।

ଖବର ଚାରିଆଡ଼େ ଖେଳିଯିବା ପରେ ଏବେ ଉଭୟ ନର୍ସ ଓ ରୋଗୀଙ୍କୁ ପୃଥକ କରି ରଖାଯାଇଛି । କରୋନା ଆକ୍ରାନ୍ତ ଜଣକ ନର୍ସ ଓ ତାଙ୍କ ମଧ୍ୟରେ ହୋଇଥିବା ଏକ ହ୍ବାଟ୍‌ସଆପ୍‌ ଚାଟ୍‌ର ସ୍କ୍ରିନ୍‌ସଟ୍‌କୁ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି। ସୋସିଆଲ୍‌ ମିଡିଆରେ ଘଟଣାଟି ଭାଇରାଲ୍‌ ହେବା ପରେ ଉଭୟ ଆକ୍ରାନ୍ତ ଓ ନର୍ସଙ୍କୁ ପଚରାଉଚରା କରାଯାଇଥିଲା । ସେମାନେ ସତ ମାନିଛନ୍ତି । ଏହି ଘଟଣା ପରେ ନର୍ସଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଏହି ମାମଲା କେନ୍ଦ୍ରୀୟ ଜାକର୍ତ୍ତା ପୋଲିସକୁ ହସ୍ତାନ୍ତର କରାଯାଇଛି । ପୋଲିସ ତଦନ୍ତ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ..