Masthead

ଖୋଲିବ ସିନେମା ହଲ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦୀର୍ଘ ୯ ମାସ ପରେ ଆଜିଠାରୁ ଖୋଲିବ ସିନେମା ହଲ । କୋଭିଡ଼ ଗାଇଡ଼ଲାଇନ ମାନି ଚାଲିବ ସିନେମା ହଲ । ସରକାରଙ୍କ କୋଭିଡ଼ ଗାଇଡ଼ଲାଇନ ଅନୁଯାୟୀ ୫୦ ପ୍ରତିଶତ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିବ । ଏଥିପାଇଁ ମାଲିକମାନେ ସମସ୍ତ ସିନେମା ହଲକୁ ସାନିଟାଇଜ କରିବା ସହିତ ଅନ୍ୟାନ୍ୟ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଅନ୍ୟପଟେ କରୋନାର ପ୍ରକୋପ କମିନଥିବା ବେଳେ ଦର୍ଶକ ସିନେମା ହଲକୁ ଆସିବେ କି ନାହିଁ ତାହାକୁ ନେଇ ଚିନ୍ତାରେ ହଲ ମାଲିକମାନେ । ସେପଟେ ବର୍ତ୍ତମାନ କୌଣସି ସିନେମା ରିଲିଜ ହେଉନଥିବାରୁ କେଉଁ ସିନେମାକୁ ନେଇ ହଲ ଚଲାଇବେ ତାକୁ ନେଇ ଦ୍ୱନ୍ଦରେ ସିନେମା ହଲ ମାଲିକମାନେ ।

ଗାଇଡ଼ଲାଇନ ଅନୁସାରେ, ସିଟ ସଂଖ୍ୟାର ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଚାଲାଇବ ଏବଂ ଅନ୍ୟ ୫୦ ପ୍ରତିଶତ ସିଟ ଖାଲି ରହିବ । ଦର୍ଶକଙ୍କ ମଧ୍ୟରେ ଅନ୍ୟୁନ ୬ ଫୁଟର ଦୂରତା ବଜାୟ ରଖିବାକୁ ପଡ଼ିବ । ହାତ ଧୋଇବା ସହିତ ସାନିଟାଇଜକୁ ଅଧିକ ପ୍ରାଧାନ୍ୟ ଦିଆଯିବ । ସିନେମା ହଲରେ ପ୍ରବେଶ ସମୟରେ ଦର୍ଶକଙ୍କର ଥର୍ମାଲ ସ୍କ୍ରିନିଂ, ଏବଂ କରୋନା ଲକ୍ଷଣ ନଥିଲେ ହଲ ଭିତରକୁ ପ୍ରବେଶ ଅନୁମତି ମିଳିବ । ସିନେମା ହଲର କର୍ମଚାରୀ ଗ୍ଲୋଭସ୍, ମାସ୍କ, ପିପିଈ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହାସହିତ ସମସ୍ତ ଦର୍ଶକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ଏବଂ ଆରୋଗ୍ୟ ସେତୁ ଆପ୍ ବ୍ୟବହାର ପାଇଁ ପରାମର୍ଶ ଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼