Masthead

କୀର୍ତ୍ତିଚକ୍ର ବିଜେତାଙ୍କୁ ମିଳିଲାନି ଜାଗା

ରାଜଗାଙ୍ଗପୁର (ବଡ଼ ଖବର ବ୍ୟୁରୋ): ସହିଦ ହେବାର ତିନି ବର୍ଷ ବିତି ଗଲାଣି କିନ୍ତୁ ରାଜ୍ୟ ସରକାର ଜାଗା ଖଣ୍ଡେ ଦେଇ ପାରିଲେ ନାହିଁ । ରାଜଗାଙ୍ଗପୁର ଲିପଲୋଇର ସିଆରପିଏଫ ବୀରଯବାନ ପ୍ରଦୀପ ପଣ୍ଡା ପୁଲୱାମାଠାରେ ୨୦୧୭ ମସିହା ଡିସେମ୍ବର ୩୧ ତାରିଖରେ ଆତଙ୍କବାଦୀ ସହ ହୋଇଥିବା ସଙ୍ଘର୍ଷରେ ସହିଦ ହୋଇଥିଲେ । ବୀରତ୍ୱ ପାଇଁ ତାଙ୍କୁ କୀର୍ତ୍ତିଚକ୍ର ପ୍ରଦାନ କରାଯାଇଥିଲା । ସେ ସମୟରେ ସହିଦଙ୍କ ଧର୍ମପତ୍ନୀଙ୍କୁ ୪ଡିସମିଲ ଜମି ଖଣ୍ଡେ ପ୍ରଦାନ କରାଯାଇଥିଲା ।

ଦୁର୍ଭାଗ୍ୟର ବିଷୟ ଦୀର୍ଘ ତିନି ବର୍ଷ ବିତିଗଲାଣି କିନ୍ତୁ ତାଙ୍କୁ ତାହା ମିଳିପାରି ନାହିଁ । ପ୍ରଶାସନ ତରଫରୁ ରାଜଗାଙ୍ଗପୁର ସ୍ଥିତ ଖେଳ ପଡିଆଟିକୁ ସହିଦ ପ୍ରଦୀପ ପଣ୍ଡାଙ୍କ ନାମରେ ନାମିତ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ତାହା ମଧ୍ୟ ହୋଇନାହିଁ । ଏହାକୁ ନେଇ ସହିଦଙ୍କ ପତ୍ନୀ ମିନତି ପଣ୍ଡା କ୍ଷୋଭ ପ୍ରକାଶ କରିବା ସହ ଯଥାଶୀଘ୍ର ଏହା ଉପରେ ଦୃଷ୍ଟି ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏ ନେଇ ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କାଙ୍କୁ ପଚାରିବାରୁ ସେ ଏ ବିଷୟରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ଏବଂ ଖୁବ ଶୀଘ୍ର ସମସ୍ୟାର ସମାଧାନ କରିବେ ବୋଲି କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ