ବିଶ୍ୱନିୟନ୍ତାଙ୍କୁ ଦେଖୁଛି ବିଶ୍ୱ

ପୁରୀ(ବଡ଼ ଖବର ବ୍ୟୁରୋ): ସେ ନିରାକାର, ସେ ଅନନ୍ତ, ସେ ପୁଣି ପତିତପାବନ । କେତେ ଯେ ରୂପ ତାଙ୍କର । ସେ ଜଗନ୍ନାଥ , ସେ ପୁଣି କାଳିଆ ସାଅ।ନ୍ତ । କେତେବେଳେ ସେ ଦରଦୀର ବନ୍ଧୁ ତ ଆଉ କେତେବେଳେ ଭକ୍ତର ଭଗବାନ । ସେ ସର୍ବରୂପୀ ନାରାୟଣ । ହେଲେ ଭକ୍ତଙ୍କୁ ଛାଡି କଣ ସେ ରହିପାରେ । କେତେ ସମୟ ଆଉ ଏକା ଏକା ରହିବ ଯେ । ତା ରୂପକୁ ଦେଖବା ପାଇଁ ଡହକବିକଳ ହେଉଥିଲା ସାଧାରଣ ଭକ୍ତଟିଏ । ଶେଷରେ ଆଜି ଦର୍ଶନ ଦେଇଛନ୍ତି ଦରଦୀର ବନ୍ଧୁ । ପ୍ରଥମେ ସେବାୟତଙ୍କ ପରିବାର ପରେ ପୁରୀ ସହରବାସୀ ଏବଂ ଆଜି ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ହଜାର ହଜାର ଭକ୍ତ ତାଙ୍କୁ ଆଜି ଦର୍ଶନ କରୁଛନ୍ତି ।

ଦର୍ଶନ ସମୟରେ କରୋନା ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଶ୍ରୀମନ୍ଦିର ସାମ୍ନାରେ ବିଭିନ୍ନ ହୋଇଛି କିଓସ୍କର ବ୍ୟବସ୍ଥା । ଏହି କିଓସ୍କରେ ଭକ୍ତମାନେ ଆଣିଥିବା କରୋନା ନେଗେଟିଭ ରିପୋର୍ଟର ଯାଂଚ କରାଯିବା ପରେ ଶୃଙ୍ଖଳିତଭାବେ ଦର୍ଶନ କରୁଛନ୍ତି ଭକ୍ତ । ସେପଟେ ମହାବାହୁଙ୍କୁ ଦର୍ଶନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ରାଜ୍ୟବାସୀଙ୍କ ମଙ୍ଗଳକାମନା କରିଛନ୍ତି ରାଜ୍ୟପାଳ ।

ପ୍ରତିଦିନ ୧୫ରୁ ୧୭ ହଜାର ଭକ୍ତ ଦର୍ଶନ କରିବାର ସୂଯୋଗ ପାଇବେ । ଏହାସହିତ ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ଖାଇବା ବାରଣ କରାଯାଇଛି । ସମସ୍ତ ଭକ୍ତଙ୍କ ପାଇଁ ପରିଚୟ ପତ୍ର ମଧ୍ୟ ବାଧ୍ୟତାମୂଳକ କରିଛି ଶ୍ରୀମନ୍ଦିର ପ୍ରଶାସନ । ସେପଟେ ଦୀର୍ଘ ଦିନ ପରେ ପ୍ରଭୁଙ୍କ ଦର୍ଶନ କରି ଭାବବିହ୍ୱଳ ହୋଇଛନ୍ତି ଭକ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’