Masthead

ବିଡେନଙ୍କ ଆନୁଷ୍ଠାନିକ ବିଜୟ, ୨୦ ରେ କ୍ଷମତା ଛାଡିବେ ଟ୍ରମ୍ପ

ନୂଆଦିଲ୍ଲୀ(ବଡ଼ ଖବର): ଆମେରିକା ଇତିହାସରେ ଆଜିର ଦିନ ଏକ କଳାଦିନ ଭାବେ ସ୍ମରଣୀୟ ହୋଇ ରହିବ। କାହିଁକିନା ଆମେରିକାର  ଆରିଜୋନା ଏବଂ ପେନସିଲଭାନିଆର ଫଳାଫଳକୁ ନେଇ ରିପବ୍ଲିକାନ୍ ଦଳର ଆପତ୍ତି ପ୍ରତ୍ୟାଖ୍ୟାନ କରିଛି ଆମେରିକା ସଂସଦ। ଜୋ ବିଡେନଙ୍କ ବିଜୟ ଆନୁଷ୍ଠାନିକ ହୋଇଛି। ଆମେରିକାର ସଂସଦରେ ବିଳମ୍ବିତ ରାତିରେ ଏହି ନିଷ୍ପତ୍ତି ନିଆଯାଇଥିଲା ଯେତେବେଳେ ଟ୍ରମ୍ପ ସମର୍ଥକମାନେ ପୁନର୍ବାର ସଂସଦରେ ବସିଥିଲେ। ଅଶାନ୍ତି ସମୟରେ ଜନ ପ୍ରତିନିଧୀଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପଡିଥିଲା। ଫଳାଫଳ ଅନୁଯାୟୀ ଜୋ ବିଡେନଙ୍କୁ ୩୦୬ ଟି ସିଟ୍ ଏବଂ ଟ୍ରମ୍ପ ୨୩୨ ଟି ସିଟ୍ ପାଇଛନ୍ତି।

ଫଳାଫଳ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଚେୟାରକୁ ଶାନ୍ତିରେ ଛାଡିବାକୁ ରାଜି ହୋଇଛନ୍ତି। ଜାନୁଆରୀ ୨୦ ରେ ସେ ଜୋ ବିଡେନଙ୍କୁ ସଠିକ୍ ଭାବରେ କ୍ଷମତା ହସ୍ତାନ୍ତର କରିବେ ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଯଦିଓ ମୁଁ ନିର୍ବାଚନର ଫଳାଫଳ ସହ ସମ୍ପୂର୍ଣ୍ଣ ଭାବେ ସହମତ ନୁହଁ ଏବଂ ମୋତେ ଏହି ସତ୍ୟତା ବହନ କରିବାକୁ ପଡିବ, ତେବେ ୨୦ ତାରିଖ ଦିନ ବ୍ୟବସ୍ଥିତ ଭାବରେ କ୍ଷମତା ଛାଡିବି ।

ବୁଧବାର ରାଷ୍ଟ୍ରପତି ଟ୍ରମ୍ପଙ୍କ ହଜାର ହଜାର କ୍ରୋଧୀ ସମର୍ଥକ ଆମେରିକାର କ୍ୟାପିଟାଲ ଉପରେ ଆକ୍ରମଣ କରି ପୋଲିସ ସହ ସଂଘର୍ଷ କରିବା ପରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ଜୋ ବିଡେନଙ୍କ ବିଜୟ ନିଶ୍ଚିତ କରିବାକୁ ବିକ୍ଷୋଭକାରୀମାନେ ସାମ୍ବିଧାନିକ ପ୍ରକ୍ରିୟାକୁ ଟାର୍ଗେଟ କରିଥିଲେ। ରାଷ୍ଟ୍ରପତିଙ୍କ ଅନେକ ସମର୍ଥକ ସେମାନଙ୍କ ଭୋଟ୍ ଗଣିବାକୁ କହିଥିଲେ ଏବଂ ନିର୍ବାଚନ ଫଳାଫଳ ବିଡେନଙ୍କ ସପକ୍ଷରେ ଅଗ୍ରାହ୍ୟ ହୋଇଯିବାକୁ ଦାବି କରିଥିଲେ। ହିଂସା ପରେ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ସମର୍ଥକମାନଙ୍କୁ ଆଇନ ପାଳନ କରିବାକୁ ଏବଂ ଘରକୁ ଫେରିବାକୁ ଅନୁରୋଧ କରିଥିଲେ। ଟ୍ୱିଟରରେ ପୋଷ୍ଟ କରାଯାଇଥିବା ଏକ ଭିଡିଓ ବାର୍ତ୍ତାରେ ଟ୍ରମ୍ପ କହିଛନ୍ତି, ‘ଏହା ଏକ ଜାଲିଆତି ନିର୍ବାଚନ ଥିଲା, କିନ୍ତୁ ଆମେ ଏହି ଲୋକଙ୍କ ହାତରେ ଖେଳି ପାରିବୁ ନାହିଁ। ଆମକୁ ଶାନ୍ତି ବଜାୟ ରଖିବାକୁ ପଡିବ। ତେଣୁ ଆମକୁ ଘରକୁ ଯିବାକୁ ପଡିବ’। ତା ପରଠୁ ପରିସ୍ଥିତିରେ ଧିରେ ଧିରେ ସୁଧାର ଆସୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରୁ ଧରାପଡ଼ିଲା ଫେକ୍ ଆର୍ମି ଅଫିସର 🔴 ଚଳନ୍ତା ୧୦୮ ଆମ୍ବୁଲାନ୍ସରୁ ଖସିଗଲା ଚକର ନଟ୍ 🔴 ବାଲେଶ୍ୱର ଓ ମୟୂରଭଞ୍ଜରେ ଭାରି ବର୍ଷା ସମ୍ଭାବନା 🔴 ଲାଲ ଟୁକୁଟକୁ ସାଧବ ବୋହୂ 🔴 ପରଭାଣୀ ହନୁମାନ ମନ୍ଦିରରେ ଅଘଟଣ 🔴 ସିଏମଓରୁ ସିଏସଓ ଘାଣ୍ଟୁଛି ଏସଆଇଟି…ଆଗକୁ ନବୀନ ନିବାସ ପାଳି 🔴 ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତିକୁ ଜାଣିବା ପାଇଁ ପାହାଡପୁରକୁ ପ୍ରଧାନମନ୍ତ୍ରୀଙ୍କୁ ନେଇଥିଲି 🔴 ପାହାଡ଼ପୁର ହେବ ‘ସୂର୍ଯ୍ୟଗ୍ରାମ’: ପ୍ରଧାନମନ୍ତ୍ରୀ 🔴 ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସ ଦାନ ଅର୍ଥ ହେରଫେର ମାମଲା 🔴 ରାଉରକେଲାରେ ଡବଲ୍‌ ଏନ୍‌କାଉଣ୍ଟର 🔴 ଶ୍ରୀମନ୍ଦିରରୁ ଧରାପଡ଼ିଲା ଫେକ୍ ଆର୍ମି ଅଫିସର 🔴 ଚଳନ୍ତା ୧୦୮ ଆମ୍ବୁଲାନ୍ସରୁ ଖସିଗଲା ଚକର ନଟ୍ 🔴 ବାଲେଶ୍ୱର ଓ ମୟୂରଭଞ୍ଜରେ ଭାରି ବର୍ଷା ସମ୍ଭାବନା 🔴 ଲାଲ ଟୁକୁଟକୁ ସାଧବ ବୋହୂ 🔴 ପରଭାଣୀ ହନୁମାନ ମନ୍ଦିରରେ ଅଘଟଣ 🔴 ସିଏମଓରୁ ସିଏସଓ ଘାଣ୍ଟୁଛି ଏସଆଇଟି…ଆଗକୁ ନବୀନ ନିବାସ ପାଳି 🔴 ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତିକୁ ଜାଣିବା ପାଇଁ ପାହାଡପୁରକୁ ପ୍ରଧାନମନ୍ତ୍ରୀଙ୍କୁ ନେଇଥିଲି 🔴 ପାହାଡ଼ପୁର ହେବ ‘ସୂର୍ଯ୍ୟଗ୍ରାମ’: ପ୍ରଧାନମନ୍ତ୍ରୀ 🔴 ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସ ଦାନ ଅର୍ଥ ହେରଫେର ମାମଲା 🔴 ରାଉରକେଲାରେ ଡବଲ୍‌ ଏନ୍‌କାଉଣ୍ଟର