Masthead

ଗୌରାଙ୍ଗଙ୍କ ଗୌରବ

ରାଜକନିକା (ବଡ଼ ଖବର ବ୍ୟୁରୋ): ଅର୍ଥବଳ ବା ବାହୁବଳ ଥିଲେ ଯେ ମଣିଷ ସଫଳତାର ଶିଖର ଛୁଇଁ ପାରିବ ଏ କଥାକୁ ଭୁଲବୋଲି ପ୍ରମାଣିତ କରିଛନ୍ତି ଜଣେ ବାପ ମା ଛେଉଣ୍ଡ ଗରିବ ଘରର ପିଲା। ଭଉଣୀ ଭିଣୋଇ ଓ ସାଙ୍ଗ ସାଥୀଙ୍କ ସହାୟତାରେ ନିଜର ଦୃଢ଼ ଇଛାଶକ୍ତି, ଏକାଗ୍ରତା,ନିଷ୍ଠା ଓ ଅଧ୍ୟବସାୟ ବଳରେ ସେ ନିଜ ପରିବାର ଗାଁ ଓ ଅଞ୍ଚଳ ଲାଗି ଆଣିଛନ୍ତି ଗୌରବ। ରାଜକନିକା ବ୍ଲକ ଭାରିଗଦା ପଞ୍ଚାୟତ ମଙ୍ଗଳପୁର ଗାଁର ଗୌରାଙ୍ଗ ରାଉତ। ପିଲାଦିନୁ ବାପ ମା ଛେଉଣ୍ଡ।

ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବାବେଳେ ବାପ ମା ଦୁଇଜଣଙ୍କୁ ହରାଇ ବେସାହାରା ହୋଇ ଯାଇଥିଲେ। ଦୁଇ ଭଉଣୀ ତାଙ୍କୁ କୋଳେଇ ନେଇଥିଲେ ପୁଅ ପରି । ତାଙ୍କୁ ଆଗକୁ ବଢ଼ିବା ପାଇଁ ସମସ୍ତ ଜିନିଷ ଯୋଗାଇ ଦେଇଥିଲେ। ଧୀରେ ଧୀରେ ଗ୍ରାଜୁଏସନ ଓ ପୋଷ୍ଟ ଗ୍ରାଜୁଏସନ ପରେ ସେ କମ୍ପିଟେଟିବ ପରୀକ୍ଷା ଆଉ ଅନେକ ପରିଶ୍ରମ ଓ ନିଷ୍ଠାର ସହିତ ପାଠ ପଢିଲେ । ଓଡ଼ିଶା ଷ୍ଟାପ ସିଲେକ୍ସନ ଦ୍ୱାରା ବିବେଚିତ ହୋଇ ସିନିୟର ଇକୋନୋମିକ ଇନଭେସ୍ଟିକେଟର ଭାବରେ ଓଡ଼ିଶାର ୬୪ ଜଣଙ୍କ ମଧ୍ୟରୁ ୩୪ସ୍ଥାନରେ ରହିଛନ୍ତି।

ତେବେ ଗୌରାଙ୍ଗ ଯୁବପଢିଙ୍କ ଲାଗି ଉଦାହରଣ ସାଜିଥିବା ବେଳେ ଗରିବକୁ ଦଇବ ସାହା ଏ କଥା ପ୍ରମାଣିତ ହୋଇଛି । ଗୌରାଙ୍ଗଙ୍କ ସଫଳତାର ଶ୍ରେୟ ନିଜର ଭାଇ ଭଉଣୀ,ସାଙ୍ଗସାଥି ଓ ଶେଷରେ ଭଗବାନଙ୍କୁ ଦେଇ ସରକାର ରାଜ୍ୟର ଯେଉଁ ଅଞ୍ଚଳରେ ନିଯୁକ୍ତି ଦେବେ ସେ ଅଞ୍ଚଳରେ ନିଜର ସୀମା ଭିତରେ ରହି ଯେତିକି କରିପାରିବେ ସେତକ ନିଶ୍ଚୟ କରିବେ ବୋଲି କହୁ କହୁ କାନ୍ଦି ପକାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼