Masthead

ଚାଷୀ ଆନ୍ଦୋଳନରେ ସୁପ୍ରିମକୋର୍ଟଙ୍କ ବଡ଼ ମନ୍ତବ୍ୟ:କେନ୍ଦ୍ରକୁ ଭର୍ତ୍ସନା

ନୂଆଦିଲ୍ଲୀ (ବଡ଼ ଖବର): କୃଷି ଆଇନ ଓ ଚାଷୀ ଆନ୍ଦୋଳନ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ । କେନ୍ଦ୍ରକୁ ଭର୍ତ୍ସନା କରି ସମାଧାନର ବିଳମ୍ବ ପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟ ବିଚାରପତି । କେନ୍ଦ୍ର ଯଦି ସମସ୍ୟା ନେଇ ବିଳମ୍ବ କରୁଛି ତେବେ ଆମକୁ ଛାଡ ଆମେ ସମାଧାନ କରିବୁ । କୃଷି ବିଲ ବିରୋଧରେ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ଶୁଣାଣି ଜାରି ରହିଛି । କୌଣସି ସଂଗଠନର ଆନ୍ଦୋଳନ ଉପରେ ଆମେ ରୋକ ଲଗାଇପାରିବା ନାହିଁ ।

ଏକ ପୂରାତନ ଆଇନକୁ ବଦଳାଇବା ବେଳେ ଆନ୍ତରିକତାର ସହ ବିଚାର କରାଯିବା ଦରକାର । କାହିଁକି ଅନେକ ରାଜ୍ୟର କୃଷକ ସଂଗଠନ ଏହି କୃଷି ଆଇନ ବିରୋଧରେ । ଯାହାର ତୁରନ୍ତ ତର୍ଜମା କରାଯାଇ ଆନ୍ଦୋଳନ ବନ୍ଦ କରାଯିବା ଦରକାର । ଦୀର୍ଘ ଦିନ ଆନ୍ଦୋଳନ ଯୋଗୁଁ ଲୋକଙ୍କର ଜୀବନ ଯାଉଛି । ଯାହାକୁ ବରଦାସ୍ତ କରାଯିବନି । ତେଣୁ କେନ୍ଦ୍ର ସରକାର ଗୁରୁତର ସହ ଏହାକୁ ବିଚାର କରିବା ଦରକାର । ଯଦି ଅକ୍ଷମ ଏହି କ୍ଷେତ୍ରରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାରେ କେନ୍ଦ୍ର ସରକାର ଅସହମତ କି । ନୂତନ ଆଇନର ତର୍ଜମା ପାଇଁ କେନ୍ଦ୍ର ଯଥାଶ୍ରୀଘ୍ର ଏକ କମିଟି ବନାଉ । କମିଟି ରିପୋର୍ଟ ଆସିବା ପର୍ଯ୍ୟନ୍ତ କୌଣସି ସମାଧାନର ବାଟ ଖୋଜିବାକୁ କେନ୍ଦ୍ର ଯତ୍ନବାନ ହେବା ଦରକାର ବୋଲି ମୁଖ୍ୟ ବିଚାରପତି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା