Masthead

ଚାଇନିଜ ମାଞ୍ଜାକୁୁ ନା

କଟକ(ବଡ଼ ଖବର ବ୍ୟୁରୋ): ହିନ୍ଦୁ ସଂସ୍କୃତିରେ ମକର ସଂକ୍ରାନ୍ତି ହେଉଛି ଏକ ଅନନ୍ୟ ପର୍ବ । ଏହି ପର୍ବକୁ ପ୍ରତ୍ୟେକ ଉତ୍ସାହର ସହ ପାଳନ କରନ୍ତି । ମକର ଚାଉଳର ସ୍ୱାଦ ସହ ଗୁଡ଼ି ଉଡାଇବାର ମଜ୍ଜା ନିଅନ୍ତି । କିନ୍ତୁ ଏଥର ଗୁଡ଼ି ଉଡାଇବାକୁ ନେଇ କଟକ ମ୍ୟୁନିସପାଲ କର୍ପୋରେସନ(ସିଏମସି) ପକ୍ଷରୁ ନିଆଯାଇଛି ଏକ ବଡ଼ ନିଷ୍ପତ୍ତି । ଗୁଡି ଉଡାଇବାରେ ବ୍ୟବହୃତ ହେଉଥିବା ଚାଇନିଜ ମାଞ୍ଜା ଉପରେ କଟକଣା ଲଗାଇଛି ସିଏମସି । ଏଥିସହିତ କାଚ ବ୍ୟବହୃତ ସମସ୍ତ ପ୍ରକାର ସୂତା ଉପରେ ମଧ୍ୟ ରୋକ ଲଗାଯାଇଛି । ଲୋକଙ୍କ ସୁରକ୍ଷା ପାଇଁ ସିଏମସି ତରଫରୁ ଏହି ନିୟମ ଜାରି କରାଯାଇଛି । ଏହାର ତଦାରଖ ପାଇଁ ୩ଟି ଟିମ ଗଠନ କରିଛି ସିଏମସି ।

ପ୍ରଥମ ଟିମର ଟିମ ଲିଡର ଭାବେ ପଞ୍ଚାନନ ପାଲ୍ ରହିଥିବା ବେଳେ ଦ୍ୱିତୀୟ ଓ ତୃତୀୟ ଟିମରେ ରଞ୍ଜିତ କୁମାର ସାହୁ ଏବଂ ବଂଶୀଧର ସାହୁ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼