Masthead

ଲକଡାଉନ ଆଣିଦେଲା ନୂଆ ସମ୍ଭାବନା

ବଢୁଛି ଆଶୁତୋଷଙ୍କ ତାସୁକେରୁର କ୍ରେଜ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଲଡାଉନରେ ଲୋକେ ଜୀବନଜୀବିକା ହରାଇ ଚିନ୍ତାରେ ପଡ଼ିଥିବା ବେଳେ ତାଙ୍କ ମନରେ କିଛି ନୂଆ କରିବାର ସପ୍ନ ଉଙ୍କି ମାରିଥିଲା । ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ‘ଲୋକାଲ ଫର ଭୋକାଲ’ର ନାରା ଦେବା ପରେ ଆଶୁତୋଷ ଏନେଇ ଦୁଇ ପାଦ ଆଗକୁ ବଢ଼ିଥିଲେ। ଗଢ଼ିଥିଲେ ତାସୁକେରୁ (ଜାପାନୀ ଭାଷାରେ ଅନ୍ୟକୁ ସାହାଯ୍ୟ କରିବା) ୱେବ୍‌ସାଇଟ ଏବଂ ମୋବାଇଲ ଆପ୍ । ବିଭିନ୍ନ ବିଦେଶୀ ଅନ୍‌ଲାଇନ ସପିଙ୍ଗ ଆପ୍ଲିକେସନରେ ଲୋକେ ଟଙ୍କା ଦେଇ ଜିନିଷ କିଣୁଥିବା ବେଳେ ଆଶୁତୋଷ ସଠିକ୍ ମୂଲ୍ୟରେ ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳରେ ମିଳୁଥିବା ପ୍ରସିଦ୍ଧ ଜିନିଷ ଏବଂ ନିତ୍ୟବ୍ୟବହାର୍ୟ୍ୟ ସାମଗ୍ରୀକୁ ଉପଲବ୍ଧ କରାଇବା ଆରମ୍ଭ କରିଥିଲେ। ଆଶୁତୋଷଙ୍କ ଏହି ଛୋଟିଆ ପ୍ରୟାସ ସଫଳତାର ପାହାଚ ଚଢୁଛି କହିଲେ ଚଳେ।

ପଳାଶୁଣୀ ଅଞ୍ଚଳର ଆଶୁତୋଷ ପାତ୍ର ଭୁବନେଶ୍ୱର ସ୍ଥିତ ସିଆଇଏମଇରୁ ଏମସିଏ ପାଠ୍ୟକ୍ରମ ସାରିବା ପରେ ଭିନ୍ନ କିଛି କରିବାର ନିଶାରେ ଥିଲେ । ଚାକିରୀ ପଛରେ ଧାଇଁବାର ଚିରାଚରିତ ପ୍ରଥାରୁ ବାହାରି କିଛି ଅଲଗା କରିବା ଏବଂ ତାହା ମାଧ୍ୟମରେ ଅନ୍ୟଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇବା ଆଶୁତୋଷଙ୍କ ମୂଳ ଲକ୍ଷ୍ୟ ଥିଲା । ତେବେ କରୋନା ଯୋଗୁଁ ଲଡାଉନ ହେବା ପରେ ଲୋକମାନେ ନିତ୍ୟବ୍ୟବହାର୍ୟ୍ୟ ସାମଗ୍ରୀ ପାଇବା ପାଇଁ ଯେପରି ଅସୁବିଧାର ସମ୍ମୁଖୀନ ହେଲେ ତାହା ଆଶୁତୋଷଙ୍କ ମନରେ ରେଖାଙ୍କିତ କରିଥିଲା ।
ଲୋକଙ୍କୁ ସଠିକ୍ ମୂଲ୍ୟରେ, ସ୍ଵଳ୍ପ ସମୟରେ ଆବଶ୍ୟକୀୟ ଜିନିଷ ପହଞ୍ଚାଇବା ଲକ୍ଷ୍ୟ ନେଇ ଅଗଷ୍ଟ ୧୫ ତାରିଖରେ ସେ ତାସୁକେରୁ ୱେବସାଇଟ୍ ଆରମ୍ଭ କରିଥିଲେ । ନିଜେ ଏକାକୀ ଆରମ୍ଭ କରିଥିବା ଏହି ୱେବସାଇଟ୍‌ରେ ବର୍ତ୍ତମାନ ୧୦ ଜଣ ଡେଲିଭରୀ ବୟ, ୨ ଜଣ ମ୍ୟାନେଜର ୩ ଜଣ ଡିଜିଟାଲ ମାର୍କେଟର ଏବଂ ଅନ୍ୟନ୍ୟ କର୍ମଚାରୀ ରହିଛନ୍ତି । ଭୁବନେଶ୍ୱରର ମିଠା ଯେପରିକି ପାହାଳ ରସଗୋଲା, ଲିଙ୍ଗରାଜ ଲସି, ବିଭିନ୍ନ ମନ୍ଦିରର ପ୍ରସାଦ, ଗ୍ରୋସରୀ ସାମଗ୍ରୀ, ଫଳ ପନିପରିବା, ଆମିଷ ଜିନିଷ ଏବଂ ପ୍ରସାଧନ ସାମଗ୍ରୀ ଯୋଗାଇ ଦିଆଯାଉଛି ।

ଉଲ୍ଲେଖନୀୟ କଥା ଏହିକି ଯେ ଏସବୁ ସାମଗ୍ରୀ ଅର୍ଡର କଲେ ଆପଣଙ୍କୁ କୌଣସି ଡେଲିଭରି ଚାର୍ଜ ଦେବାକୁ ପଡ଼ିବ ନାହିଁ । ୱେବସାଇଟ୍ ଆରମ୍ଭ ହେବା ଦିନରୁ ଏଯାବତ୍ ପ୍ରାୟ ୪୦୦୦ ଲୋକ ଅନ୍‌ଲାଇନରେ ବିଭିନ୍ନ ଜିନିଷ କିଣିସାରିଲେଣି । ତେବେ ଲଡାଉନ ସମୟରେ ସାଧାରଣ ପରିବା ଚାଷୀମାନେ ସେମାନଙ୍କ ଉତ୍ପାଦିତ ପନିପରିବା ବିକ୍ରି ପାଇଁ ଅସୁବିଧାରେ ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କଠାରୁ ସିଧାସଳଖ ଜିନିଷ କିଣି ବିକ୍ରି କରିବା ମୋତେ ଖୁବ୍ ଆତ୍ମସନ୍ତୋଷ ଦେଇଥିଲା ବୋଲି ଆଶୁତୋଷ କୁହନ୍ତି । ସେହିପରି କାର୍ତ୍ତିକ ମାସରେ ହବିଷ୍ୟାଳୀମାନଙ୍କ ମଧ୍ୟରେ ଆସିଏମ୍ ଜଗନ୍ନାଥ ମନ୍ଦିର ଅଭଡ଼ା ସମେତ ବିଭିନ୍ନ ମନ୍ଦିରର ପ୍ରସାଦ ମଧ୍ୟ ଖୁବ୍ ଆଦୃତ ଲାଭ କରିଥିଲା । ଏବ ଭୁବନେଶ୍ୱର ଏବଂ ଧୀରେଧୀରେ କଟକରେ ଏହି ଅନ୍‌ଲାଇନ ସେବା ଯୋଗାଇ ଦିଆଯାଉଛି । ଭବିଷ୍ୟତରେ ଏହି ୱେବ୍ସାଇଟକୁ ରାଜ୍ୟର ଅନ୍ୟ ଅଞ୍ଚଳକୁ ବିସ୍ତାର କରିବା ପାଇଁ ମୋର ଲକ୍ଷ୍ୟ ଅଛି ବୋଲି ଆଶୁତୋଷ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ