Masthead

ତାଣ୍ଡବ ଯୋଗୁ ତାଣ୍ଡବ

ମୁମ୍ବାଇ(ବଡ଼ ଖବର): ବଲିଉଡରେ ନିକଟରେ ରିଲିଜ ହୋଇଥିବା ତାଣ୍ଡବ ଯୋଗୁ ଏବେ ଲୋକମାନଙ୍କ ଭିତରେ ତାଣ୍ଡବ ଆରମ୍ଭ ହୋଇଗଲାଣି । ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଏହି ତାଣ୍ଡବ ୱେବସିରିଜକୁ ନେଇ ଏବେ ଅଡୁଆ ବଢିବାରେ ଲାଗିଛି । ରିଲିଜ ହେବାର ଗୋଟିଏ ଦିନ ନ ହେଉଣୁ ବିବାଦ ଦୁଆର କବାଟ ବାଡେଇବା ଆରମ୍ଭ କରିଦେଲାଣି । ଯେମିତି ଓଡିଆରେ କଥା ଅଛି, ଘରେ ନ ପଶୁଣୁ ଚାଳ ବାଜିବା ଭଳି ୱେବସିରିଜର ପ୍ରଥମ ଏପିସୋଡକୁ ନେଇ ହିଁ ବିବାଦ ସୃଷ୍ଟି ହୋଇଛି ।

ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରିଥିବା ଅଭିଯୋଗରେ ହାଇକୋର୍ଟର ଜଣେ ଓକିଲ ଆମାଜନ ପ୍ରାଇମ ଭିଡିଓ ଏବଂ ୱେବସିରିଜ ପ୍ରଯୋଜକ ଅଲ୍ଲୀ ଅବାସ ଜାଫରଙ୍କ ନିକଟକୁ ଲିଗାଲ ନୋଟିସ ପଠାଇଛନ୍ତି । ଏହି ୱେବସିରିଜ ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରିଛି ଏବଂ ସେମାନଙ୍କ ମଜାକ ଉଡାଇଥିବା ଓକିଲ ଜଣଙ୍କ ଅଭିଯୋଗ କରିଛନ୍ତି । ୱେବସିରିଜର ପ୍ରଥମ ଏପିସୋଡରେ ଅଭିନେତା ମୋହମ୍ମଦ ଜିଶାନ ଆୟୁବ ଭଗବାନ ଶିବଙ୍କର ମଡର୍ଣ୍ଣ ଅବତାରରେ ନଜର ଆସୁଛନ୍ତି । ଏହି ବେଶଭୁଷାରେ ସେ ଏକ ୟୁନିଭର୍ସିଟିର ଛାତ୍ରଙ୍କୁ ସମ୍ବୋଧିତ କରୁଥିବା ନଜର ଆସିଛନ୍ତି । ମଂଚରେ ଛିଡା ହୋଇ ସେ କହିଛନ୍ତି, ନାରାୟଣ-ନାରାୟଣ, ପ୍ରଭୁ କିଛି କରନ୍ତୁ । ରାମଙ୍କର ଫଲୋଅର୍ସ ସୋସିଆଲ ମିଡିଆରେ ଲଗାତାର ବଢିବାରେ ଲାଗିଛନ୍ତି । ଆମକୁ କିଛି ନୂଆ ଷ୍ଟ୍ରାଟେଜି ଆପଣେଇବାକୁ ହେବ । ଭଗବାନ ଶିବଙ୍କର ଗେଟଅପରେ ଥିବା ଜିଶାନ କହିଛନ୍ତି, କଣ କରିବି, ଛବି ବଦଳାଇ ଦେବିକି? ମଂଚ ସଂଚାଳକ ପୁଣି କହିଛନ୍ତି, ଭୋଲେନାଥ ଆପଣ ତ ବହୁତ ଭୋଳା.. କିଛି ନୂଆ ଟ୍ୱିଟ କରନ୍ତୁ । ଯେପରିକି କ୍ୟାମ୍ପସର ସବୁ ଛାତ୍ର ଦେଶଦ୍ରୋହି ପାଲଟିଯିବେ,ଏପରି କିଛି ସେନ୍ସସେସନାଲ ଟ୍ୱିଟ କରନ୍ତୁ । ତାଣ୍ଡବର ପ୍ରଥମ ଏପିସୋଡର ଏହି ଦୃଶ୍ୟକୁ ନେଇ ଦର୍ଶକମାନେ କ୍ରୋଧ ଜାହିର କରିଛନ୍ତି । ବର୍ତମାନ ସୋସିଆଲ ମିଡିଆରେ ତାଣ୍ଡବକୁ ବଏକଟ କରିବାକୁ ଦାବି ଜୋର ଧରିଛି । ଏହି ଦୃଶ୍ୟ ହିନ୍ଦୁ ଧର୍ମର ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି । ଏହି ଦୃଶ୍ୟ ଗ୍ରହଣୀୟ ନୁହେଁ ବୋଲି ଦର୍ଶକ କହିଛନ୍ତି । ୟୁଜର ଏହି ଦୃଶ୍ୟକୁ ସେୟାର କରି ତାଣ୍ଡବ ନିର୍ଦ୍ଦେଶକ ଅଲ୍ଲୀ ଅବ୍ୱାସ ଜାଫରଙ୍କୁ ଟାର୍ଗେଟ କରି ଏହା ଗ୍ୟାଙ୍ଗକୁ ଗ୍ଲୋରିଫାଇ କରୁଥିବା କହିଛନ୍ତି ।

ୟୁଜର୍ସଙ୍କ ଅନୁଯାୟୀ, ଜିଶାନ ଅୟୁବ ଏହି ଦୃଶ୍ୟରେ ଶ୍ରୀରାମ ଓ ଭଗବାନ ଶିବଙ୍କୁ ଅପମାନିତ କରିଛନ୍ତି । ତାଣ୍ଡବରେ ସୈଫ ଅଲ୍ଲୀ ଖାନଙ୍କ ସହ ଡିମ୍ପଲ କପାଡିଆ, ସୁନୀଲ ଗ୍ରୋଭର, ଜିଶାନ ଅୟୁବ, ଗୌହର ଖାନ ଅଭିନୟ କରିଛନ୍ତି । ଅଲ୍ଲୀ ଅବାସ ଜାଫରଙ୍କ ପ୍ରଯୋଜନାରେ ତିଆରି ଏହି ୱେବସିରିଜଟି ରାଜନୀତିର ପଶାପାଲିରେ କିଭଳି କେମିତି କାହାକୁ ଟାର୍ଗେଟ କରାଯାଉଛି ସେଇ କାହାଣୀକୁ ନେଇ ଆଧାରିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ