Masthead

ଆସିଲା ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆସନ୍ତା ଜାନୁଆରୀ ୨୬ରେ ଚାଷୀଙ୍କ ଟ୍ରାକ୍ଟର ଶୋଭାଯାତ୍ରାକୁ ନେଇ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟରେ କୃଷକ ସଙ୍ଗଠନ ଆନ୍ଦୋଳନ ସମ୍ପର୍କିତ ଗୁରୁତ୍ୱପୁର୍ଣ୍ଣ ରାୟ ଶୁଣାଇଛନ୍ତି । ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ଶୋଭାଯାତ୍ରା କରିବା ନେଇ ଯୋଜନା ରଖିଛନ୍ତି ଆନ୍ଦୋଳନରତ ଚାଷୀ । କୃଷକଙ୍କ ପ୍ରସ୍ତାବିତ ଏହି ଶୋଭାଯାତ୍ରାକୁ ବିରୋଧ କରି କେନ୍ଦ୍ରସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରିଥିଲେ । ଜାତୀୟ ଉତ୍ସବ ସମୟରେ ଟ୍ରାକ୍ଟର ଶୋଭାଯାତ୍ରା ବ୍ୟାଘାତ ସୃଷ୍ଟି କରିବ ବୋଲି ସରକାର ପିଟିସନରେ ଉଲ୍ଲେଖ କରିଥିଲେ । ତେବେ ଜାନୁଆରୀ ୨୬ରେ ଏହି ଶୋଭାଯାତ୍ରାକୁ ଅନୁମତି ମିଳିବ କି ନାହିଁ ସେ ନେଇ ଆଜି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଆଇନ ଶୃଙ୍ଖଳା ରକ୍ଷା କରିବା ପୋଲିସର ଦାୟିତ୍ୱ । ତେଣୁ ଏହି ଶୋଭାଯାତ୍ରା ହେବ କି ନାହିଁ ଏହାର ନିଷ୍ପତ୍ତି ନେବା ଦିଲ୍ଲୀ ପୋଲିସର କାମ । ରାଜଧାନୀକୁ କିଏ ଆସିବେ କିଏ ଆସିବେ ନାହିଁ ଏହାର ନିଷ୍ପତ୍ତି ନେବା ଦାୟିତ୍ୱ ମଧ୍ୟ ଦିଲ୍ଲୀ ପୋଲିସର, କୋର୍ଟର ନୁହେଁ । ତେବେ ଏନେଇ ସୁପ୍ରିମକୋର୍ଟ ଶୁଣାଣିକୁ ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ।

ଏହାସହ ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ଶୋଭାଯାତ୍ରା ଦେଶ ପାଇଁ ଲଜ୍ଜାଜନକ ହେବ ବୋଲି କେନ୍ଦ୍ର ସରକାର ଦାୟର କରିଥିବା ପିଟିସନରେ ଉଲ୍ଲେଖ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା