ଜର୍ମାନୀ(ବଡ଼ ଖବର ବ୍ୟୁରୋ): ସବୁ ଅପରାଧର ଦଣ୍ଡ ନଥାଏ । ହେଲେ ଦୁନିଆରେ କିଛି ଅପରାଧର ଦଣ୍ଡ ଏମିତି ଅଛି ଯାହା ବିଷୟରେ ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏମିତି ନିୟମ ରହିଛି ଯାହାକୁ ଶୁଣିଲେ ମଧ୍ୟ ବିଶ୍ୱାସ ହୁଏନି । କିଛି ଦେଶରେ ଚୋରୀ କଲେ ହାତ କାଟିବାର ଦଣ୍ଡ ରହିଛି ତ ଆଉ କେଉଁଠି ବଳାତ୍କାରୀଙ୍କୁ ସର୍ବସାଧାରଣରେ ଫାଶୀ ଦିଆଯାଉଛି । ସେହିପରି ପ୍ରାୟ ସବୁଠି ଗାଡି ଚଳାଚଳକୁ ନେଇ ଅନେକ ନିୟମ ପ୍ରଣୟନ କରାଯାଇଛି । ତେବେ ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ ଗାଡିରୁ ତେଲ ସରିଯିବାକୁ ଅପରାଧ ଅନ୍ତର୍ଭୁକ୍ତ କରାଯାଇଛି । ଏଥିପାଇଁ ଗାଡି ଡ୍ରାଇଭରକୁ ଦଣ୍ଡ ସ୍ୱରୁପ ଜରିମାନା ଦେବାକୁ ପଡିଥାଏ । ଏମିତି ବିଚିତ୍ର ନିୟମ କେଉଁ ଦେଶରେ ଅଛି ତାହା ଆପଣମାନେ ଜାଣିଛନ୍ତି କି?
ଏମିତି ନିୟମ ଜର୍ମାନୀରେ ଅଛି । ଜର୍ମାନୀରେ ଦୃତ ଗାଡି ଚଳାଇବା ପାଇଁ ଦଣ୍ଡ ବିଧାନର ବ୍ୟବସ୍ଥା ନାହିଁ ; କିନ୍ତୁ ଯଦି ଗାଡି ଚଲାଇବା ସମୟରେ ମଝି ରାସ୍ତାରେ ଗାଡିରୁ ତେଲ ସରିଯାଏ ଏବଂ ମଝି ରାସ୍ତାରେ ରହିଯାନ୍ତି ,ତେବେ ଏହାକୁ ଅପରାଧ ବୋଲି ଧରାଯାଏ । ଏହି ଅପରାଧରେ ଲୋକଙ୍କୁ ସଜା ମଧ୍ୟ ମିଳିଥାଏ । କରିମାନା ଦେବାକୁ ପଡିଥାଏ ।