Masthead

ପାଠକ ବାପ ପୁଅଙ୍କୁ ଜାମିନ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଠକେଇ ଅଭିଯୋଗରେ ଫସିଥିବା ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ମିଳିଲା ଜାମିନ୍ । ଜାମିନ୍ ମଞ୍ଜୁର କଲେ ଭିଜିଲାନ୍ସ କୋର୍ଟ । ୨ ଲକ୍ଷ ଟଙ୍କା ଓ ୨ ଜାମିନଦାରଙ୍କ ବଳରେ ଜାମିନ ମଞ୍ଜୁର କରିଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଆୟ ବହିଭୂତ ସମ୍ପତିଠୁଳ ଅଭିଯୋଗରେ ପାଠକ ବାପ ପୁଅ ଜେଲ ଯାଇଥିଲେ । ଦୀର୍ଘ ୬୦ ଦିନର ବ୍ୟବଧାନ ପରେ ସେମାନଙ୍କୁ ଜାମିନ ମିଳିଛି । ସମୟସୀମା ମଧ୍ୟରେ ଚାର୍ଜସିଟ୍ ଦାଖଲ ହୋଇନଥିବାରୁ ସେମାନଙ୍କୁ ଜାମିନ୍ ମିଳିଛି ।

ଆଇଏଫଏସ ଅଭୟକାନ୍ତଙ୍କ ଘରୁ ଭିଜିଲାନ୍ସ ଚଢ଼ାଉ ପରେ ଯେତିକି ସମ୍ପତି ମିଳିଥିଲା ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା । ସେପଟେ ପରେ ତଦନ୍ତରୁ ସେମାନଙ୍କ ବିଳାସବ୍ୟସନ କରିବାର ସଉକ ମଧ୍ୟ ସମସ୍ତଙ୍କମୁ ହଟଚକିତ କରିଦେଇଥିଲା । ମୁମ୍ବାଇରେ ଶୌଖିନ ଜୀବନ ବିତାଉଥିବା ଆକାଶ ଭଡ଼ାରେ ରହିବା ପାଇଁ ଘରଭଡ଼ା ବାବଦକୁ କୋଟିଏ ଟଙ୍କାରୁ ଅଧିକ ଦେଉଥିଲେ। କେବଳ ସେତିକି ନୁହେଁ ମାଲେସିଆ, ହଂକଂ, ୟୁକେ, ୟୁଏଇ ଓ ମାଳଦୀପ ଭଳି ଦେଶକୁ ଚାର୍ଟର ପ୍ଲେନରେ ଯିବା ପାଇଁ ୩ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରୁଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା