ଉଦଘାଟନ ହେଲା ବାଇକ ଆମ୍ବୁଲାନ୍ସ ସେବା

ମୟୁରଭଞ୍ଜ(ବଡ଼ ଖବର ବ୍ୟୁରୋ): ଦୁର୍ଗମସ୍ଥଳକୁ ଆରମ୍ଭ ହେଲା ବାଇକ ଆମ୍ବୁଲାନ୍ସ ସେବା । ଗରିବ ଲୋକେ ଏବେ ଅଳ୍ପ ସମୟରେ ମେଡିକାଲରେ ପହଁଚିପାରିବେ । ମୟୁରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଛି ବାଇକ ଆମ୍ବୁଲାନ୍ସ ସେବା । ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଏହାକୁ ଉଦଘାଟନ କରିଛନ୍ତି । ଯେଉଁ ସ୍ଥାନକୁ ୧୦୮ ଆମ୍ବୁଲାନ୍ସ ଯାଇପାରୁନାହିଁ ସେହି ସ୍ଥାନକୁ ବାଇକ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଏହି ସେବା ଯଶୀପୁର, ବାଦାମପାହାଡ ଓ ଗୋରୁମହିଷାଣି ୩ଟି ସ୍ଥାନକୁ ଯୋଗାଇ ଦିଆଯାଇଛି । ଏହି ବାଇକରେ ସୁବିଧା ଅନୁଯାୟୀ ଏକ ସିଟ ପ୍ରସ୍ତୁତ କରାଯାଇଛି । ଏହି ସିଟକୁ ସୁବିଧା ଅନୁଯାୟୀ ସମ୍ପ୍ରସାରଣ କରିପାରିବେ ଅର୍ଥାତ୍ ରୋଗୀ ଚାହିଁଲେ ଶୋଇପାରିବେ ଓ ବସିପାରିବେ । ବାଇକରେ ଅମ୍ଳଜାନ ସିଲିଣ୍ଡର ସହ ସୁରକ୍ଷା ଜ୍ୟାକେଟ ମଧ୍ୟ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ