Masthead

ଜେଏସପିଏଲ ଜାରିକଲା ୨୦୩୦ ଭିଜନ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜେଏସପିଏଲ ଭିଜନ ୨୦୩୦ ରାଜ୍ୟ ସରକାରଙ୍କ ପାଖେ ଉପସ୍ଥାପନ କରିଛି । ଶିଳ୍ପମନ୍ତ୍ରୀ ମୁଖ୍ୟ ଶାସନ ସଚିବ ଉନ୍ନୟନ କମିଶନରଙ୍କ ଉପସ୍ଥିତିରେ ଜେଏସପିଏଲର ଅଧ୍ୟକ୍ଷ ନବୀନ ଜିନ୍ଦଲ ଏହା ଉପସ୍ଥାପନ କରିଛନ୍ତି । ୨୦୩୦ ସୁଦ୍ଧା ୧ଦଶମିକ ୨୦ ଲକ୍ଷ କୋଟି ଟଙ୍କା ବିନିଯୋଗ କରି ଅନୁଗୁଳରେ ଏହି କମ୍ପାନୀ ସର୍ବ ବୃହତ ଇସ୍ପାତ କରାଖାନା ପ୍ରତିଷ୍ଠା କରିବ ।

ଅନୁଗୁଳରେ ଥିବା କାରଖାନାର ବାର୍ଷିକ କ୍ଷମତା ୨୫ ଦଶମିକ ୨ ନିୟୁତ ଟନକୁ ବୃଦ୍ଧି କରାଯିବ । ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି କମ୍ପାନୀ ଇସ୍ପାତ ଉତ୍ପାଦନ କରିବ । ୨୦୩୦ ସୁଦ୍ଧା ୧.୨୦ ଲକ୍ଷ କୋଟି ଟଙ୍କା ପୁଞିନିବେଶ କରି ଅନୁଗୁଳ ଠାରେ ବିଶ୍ୱର ସର୍ବବୃହତ୍ତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ ଜେଏସ୍ପିଏଲ୍ । ଅନୁଗୁଳରେ ଥିବା ଜେଏସ୍ପିଏଲ୍ର ବାର୍ଷିକ ୬ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ୱୀତ ଇସ୍ପାତ କାରଖାନାର କ୍ଷମତା ବାର୍ଷିକ ୨୫.୨ ନିୟୁତ ଟନ୍କୁ ବୃଦ୍ଧି କରାଯିବ । ହାଇଡ୍ରୋଜେନ ଆଧାରିତ ଡି.ଆର୍.ଆଇ ଓ ଇ.ଏ.ଏଫ୍ ମାର୍ଗ ଜ୍ଞାନକୌଶଳ ବ୍ୟବହାର କରାଯାଇ ଇସ୍ପାତ ଉତ୍ପାଦନ ଜ୍ଞାନକୌଶଳ ପାଇଁ ଏହା ବିଶ୍ୱର ସର୍ବାଧିକ ପରିବେଶ ଅନୁକୁଳ ଇସ୍ପାତ କାରଖାନା ହେବ । ଓଡିଶାରେ ୬୦,୦୦୦ ରୁ ଅଧିକ ପ୍ରତ୍ୟକ୍ଷ ଓ ୩,୦୦,୦୦୦ ରୁ ଅଧିକ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି । ଜେଏସ୍ପିଏଲ୍ ନିଜସ୍ୱ ଆୟ / ଇକ୍ୱିଟୀ ମାଧ୍ୟମରେ ଏହି ପୁଞିନିବେଶର ଲକ୍ଷ ହାସଲ କରିବ । ରାଜ୍ୟରେ ବାର୍ଷିକ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ କାରବାର ଏବଂ ରାଜ୍ୟ କୋଷାଗାରକୁ ୭୫୦୦ କୋଟି ଟଙ୍କାର ରାଜସ୍ୱ ମିଳିବାର ସମ୍ଭାବନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼