Masthead

ଯୋଗ୍ୟ ହିତାଧିକାରୀ ଉପେକ୍ଷିତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ । ବାଟବଣା ହେଉଛି ସରାକାରୀ ଯୋଜନା । ଏଭଳି ଘଟଣା ଦେଖିବାକୁ ମିଳିଛି ଜଟଣୀ ବ୍ଲକ ବେଣାପଞ୍ଜୁରୀ ଗ୍ରାମ ବ୍ରାହ୍ମଣ ସାହିରେ । ୩୧ ବର୍ଷୀୟ ଯୁବକ ଅନନ୍ତ ବେହେରା । ପିଲାଟି ଦିନରୁ ଅକ୍ଷମ । ବାମଗୋଡ ତାଙ୍କର ଅଚଳ । ତାଙ୍କର ଦୃଢ଼ଶକ୍ତି ଯୋଗୁଁ ସେ ଅଚଳ ଗୋଡରେ ଯୁକ୍ତଦୁଇ ପାସ କରିବା ସହ କମ୍ପୁଟର ଶିକ୍ଷା କରିଛନ୍ତି । କିନ୍ତୁ ସେସବୁ ପାଠର ମୂଲ୍ୟ କିଛି ନାହିଁ ବୋଲି ଭାବୁଛନ୍ତି ଅନନ୍ତଙ୍କ ମା । ଏହାର କାରଣ ଅନନ୍ତଙ୍କୁ ମିଳିନି ସରକାରୀ କିମ୍ବା ବେସରକରୀ ଚାକିିରି । ଅନନ୍ତଙ୍କ ମା ଭାବିଥିଲେ ପୁଅ ବଡ଼ ହୋଇ ରୋଜଗାର କରି ବାପା ମାଙ୍କୁ ପୋଷିବ । ହେଲେ ବିଧିର ବିଧାନ ଅଲଗା । ମୁଣ୍ଡ ଗୁଞ୍ଜିବାକୁ ପକ୍କାଘର ଖଣ୍ଡେ ନାହିଁ । ଗୋଟିଏ ଘରେ କଟୁଛି କଷ୍ଟର ଜୀବନ । ଘର ପାଇଁ ଆବେଦନ କଲେ ମିଳିଛୁ ଖାଲି ପ୍ରତିଶୃତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଜବେଷ୍ଟ ଘରେ ରହୁଥିବା ଲୋକଙ୍କୁ ପକ୍କା ଘର ଦେବା ପାଇଁ ନିୟମ ଥିବା ବେଳେ ଅନନ୍ତଙ୍କ ପାଇଁ ଏସବୁ ସାତ ସପନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ