Masthead

ଦିଲ୍ଲୀ ବିସ୍ଫୋରଣ ଘଟଣା : ଏହା ଏକ ଟ୍ରେଲର, ଆଗକୁ ଆହୁରି ଆକ୍ରମଣ ହୋଇପାରେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶୁକ୍ରବାର ଇସ୍ରାଏଲ ଦୂତାବାସ ସାମ୍ନାରେ ବିସ୍ଫୋରଣ ହୋଇଥିଲା । ଘଟଣା ସ୍ଥଳରୁ ଏକ ଲଫାପା ମିଳିଛି । ଏହି ଲଫାପାଟି ଇସ୍ରାଏଲ ଦୂତାବାସ ନାଁରେ ଆସିଥିଲା । ଏହା ଏକ ଟ୍ରେଲର, ଆଗକୁ ଆହୁରି ଆକ୍ରମଣ ହୋଇପାର, ଏଥିରେ ଉଲ୍ଲେଖ କରାଯାଇଛି । ଏହି ଲଫାପାଟି କେଉଁଟାରୁ ଆସିଥିଲା ଏହାକୁ କିଏ ପଠାଇଥିଲା ତାର ତଦନ୍ତ କରୁଛି ଦିଲ୍ଲୀ ପୋଲିସ । ଏହି ଧମକପୂର୍ଣ୍ଣ ଚିଠିରେ ପ୍ରାଣ ହରାଇଥିବା ଇରାନ ସୈନ୍ୟମୁଖ୍ୟ ମେଜର ଜେନେରାଲ କାସିମ୍ ସୁଲେମାନୀର ନାଁ ଲେଖାଯାଇଛି ।

ସୁଲେମାନୀ ଇରାନର ସବୁଠାରୁ ଶକ୍ତିଶାଳୀ କମାଣ୍ଡର ଥିଲେ । ଆମେରିକା ଏକ ଡ୍ରୋନ ଆକ୍ରମଣରେ ତାକୁ ନିପାତ କରିଥିଲା । ଚିଠିରେ ସୁଲେମାନୀ ବ୍ୟତୀତ ଆଉଜଣଙ୍କ ନାଁ ଲେଖାଯାଇଛି । ଏହା ଏକ ବୈଜ୍ଞାନିକଙ୍କର ନାମ ବୋଲି ଜଣାପଡିଛି । ଏଥିରେ ଇସ୍ରାଏଲ ରାଜଦୂତଙ୍କୁ ସମ୍ବୋଧିତ କରାଯାଇଛି । ପ୍ରତିଶୋଧପରାୟଣ ହୋଇ ଏପରି ବିସ୍ଫୋରଣ କରାଯାଇଥିବା ସନ୍ଦେହ କରାଯାଉଛି ।

ତେବେ ସ୍ଥାନୀୟ ଅଂଚଳର ସିସିଟିଭି ଫୁଟେଜ ଯାଂଚ କରୁଛି ପୋଲିସ । ଦିଲ୍ଲୀ ସମେତ ଉତ୍ତରପ୍ରଦେଶର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୁରକ୍ଷା ଅଧିକାରୀଙ୍କ ସହ ବୈଠକ କରି ସ୍ଥିତିର ସମୀକ୍ଷା କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି