Masthead

ହାଓ୍ୱଡା ରାଲିକୁ ସମ୍ବୋଧନ କରିବେ ସ୍ମୃତି ଇରାନୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶୁକ୍ରବାର ରାଜଧାନୀ ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ଘଟିଥିବା ବିସ୍ଫୋରଣ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତକୁ ବାତିଲ କରାଯାଇଛି । ତେଣୁ ଶାହା ହାଓ୍ୱଡାରେ ଆୟୋଜିତ ରାଲିରେ ଉଦବୋଧନ ଦେଇପାରିବେ ନାହିଁ। ଶାହାଙ୍କ ବଦଳରେ ସ୍ମୃତି ଇରାନୀ କର୍ମୀମାନଙ୍କୁ ସମ୍ବୋଧିତ କରିବେ । ଏହି ରାଲିରେ ତୃଣମୂଳ କଂଗ୍ରେସର ରାଜୀବ ବାନାର୍ଜୀଙ୍କ ସମେତ ଅନେକ ନେତା ବିଜେପିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ଏହି ନେତାମାନେ ଶନିବାର ଦିଲ୍ଲୀ ଯାଇ ଅମିତ ଶାହଙ୍କୁ ଭେଟିଥିଲେ । ଅମିତ ଶାହା ଜାନୁଆରୀ ୩୦ ଓ ୩୧ ତାରିଖରେ କୋଲକାତା ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା । ଏହାସହ ଦଳୀୟ କର୍ମୀଙ୍କୁ ସମ୍ବୋଧିତ ମଧ୍ୟ କରିଥାନ୍ତେ । କିନ୍ତୁ ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବୋମା ବିସ୍ଫୋରଣ ପାଇଁ ଶାହ କୋଲକାତା ଗସ୍ତକୁ ରବ୍ଦ କରିଛନ୍ତି । ସୂଚନା ମୁତାବକ ଶାହଙ୍କ କୋଲକାତା ଗସ୍ତ ବାତିଲ ହେବା ପରେ ଶନିବାର ଟିଏମସିର ଅସନ୍ତୁଷ୍ଟ ନେତା ଯାଇଥିଲେ ।

ଏଥିରେ ଟିଏମସିର ନେତା ତଥା ପୂର୍ବତନ ମନ୍ତ୍ରୀ ରାଜୀବ ବାନାର୍ଜୀ ରହିଥିଲେ । ଏହାସହ ହାଓ୍ୱଡାର ବଲ୍ଲୀରୁ ବିଧାୟକ ବୈଶାଳୀ ଡାଲମିଆ, ଉତ୍ତରପାରା ବିଧାୟକ ପ୍ରବୀଣ ଘୋଷାଲ, ହାଓ୍ୱଡା ସହରର ପୂର୍ବତନ ମେୟର ରାଥିନ ଚକ୍ରବର୍ତ୍ତୀ, ରାଣାଘାଟର ପୂର୍ବତନ ବିଧାୟକ ପାର୍ଥସାରଥୀ ଚାଟାର୍ଜୀ ଓ ଅଭିନେତା ରୁଦ୍ରନୀଲ ଘୋଷ ଆଦି ଶାହଙ୍କୁ ଭେଟିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା?