Masthead

ତେଲ ଦରରୁ ରାମାୟଣ: ରାମଙ୍କ ଭାରତରେ ପେଟ୍ରୋଲ ୯୩, ରାବଣର ଲଙ୍କାରେ ୫୧

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ତେଲ ଦର ଦିନକୁ ଦିନ ବଢିବାରେ ଲାଗିଛି । ଲଗାତାର ଭାବେ ବଢି ଚାଲିଛି ପେଟ୍ରୋଲ ଓ ଡ଼ିଜେଲ । ଏହାକୁ ଟ୍ୱିଟ୍ କରି ରାଜ୍ୟସଭା ସାଂସଦ ସୁର୍ବମଣ୍ୟମ ସ୍ୱାମୀ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଗୋଟିଏ ଫଟୋ ଶେୟାର କରି ସ୍ୱାମୀ ଲେଖିଛନ୍ତି ଯେ, ରାମଙ୍କ ଭାରତରେ ପେଟ୍ରୋଲ ୯୩ ଟଙ୍କା, ସୀତାଙ୍କ ନେପାଳରେ ୫୩ ଟଙ୍କା ଓ ରାବଣର ଲଙ୍କାରେ ୫୧ ଟଙ୍କା। ସ୍ୱାମୀଙ୍କ ଏହି ଟ୍ୱିଟରୁ ଜଣାପଡୁଛି ଯେ ପେଟ୍ରୋଲ ମୂଲ୍ୟବୃଦ୍ଧିକୁ ନେଇ ସେ ଅସନ୍ତୁଷ୍ଟ ଅଛନ୍ତି ।

ଦିଲ୍ଲୀରେ ଲଗାତାର ୬ ଦିନ ପାଇଁ ପେଟ୍ରୋଲ ଦର ଅପରିବର୍ତ୍ତିତ ରହିଛି । ଦିଲ୍ଲୀ ଓ ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ୮୬.୩୦ ପଇସା ଓ ୯୨.୮୬ ପଇସା ରହିଛି । ଅନ୍ୟପକ୍ଷରେ ଡିଜେଲ ଦର ୭୬ ଟଙ୍କା ୪୮ ପଇସା ରହିଛି। ବିଶେଷ କରି ମୋଦି ସରକାରଙ୍କ ଅର୍ଥନୈତିକ ନୀତିକୁ ସେ କଟୁ ଭାଷାରେ ସମାଲୋଚନା କରିଥାନ୍ତି ।

ସୋମବାର ଦିନ ବଜେଟ ଆସିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବ ନାହିଁ ବୋଲି ସ୍ପଷ୍ଟ କରି ଦିଆଯାଇଥିଲା । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବେଡକର କହିଥିଲେ ଯେ, ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପ୍ରକାର ବୃଦ୍ଧି ହେବ ନାହିଁ । ତେବେ ସ୍ୱାମୀଙ୍କ ଭଳି ଅନେକ ଏହାକୁ ବିଶ୍ୱାସ କରିବା ମୁଡରେ ନାହାନ୍ତି । ସେସ ବାବଦ ଅର୍ଥ ଗ୍ରାହକଙ୍କ ପକେଟରୁ ଯିବ ବୋଲି ଆଶଙ୍କା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାଓବାଦୀ ଗୁଳିରେ ୫ ଯବାନ ଆହତ 🔴 ତେହେରାନରେ ପାକ୍ ସେନା ମୁଖ୍ୟ 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ବିହାରରେ ଆଜିଠୁ ସମ୍ରାଟ ସରକାର 🔴 ମୃତ୍ୟୁର ୨ ଦିନ ପରେ ବି ଶବକୁ ମିଳୁନି ଶ୍ମଶାନ 🔴 ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ଜଣେ ମୃତ 🔴 ପଶ୍ଚିମରେ ଅସମ୍ଭାଳ ତାତି 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ମାଓବାଦୀ ଗୁଳିରେ ୫ ଯବାନ ଆହତ 🔴 ତେହେରାନରେ ପାକ୍ ସେନା ମୁଖ୍ୟ 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ବିହାରରେ ଆଜିଠୁ ସମ୍ରାଟ ସରକାର 🔴 ମୃତ୍ୟୁର ୨ ଦିନ ପରେ ବି ଶବକୁ ମିଳୁନି ଶ୍ମଶାନ 🔴 ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ଜଣେ ମୃତ 🔴 ପଶ୍ଚିମରେ ଅସମ୍ଭାଳ ତାତି 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ