Masthead

ପାଞ୍ଚ କୋଟି ଦିଅ ମୋଦିକୁ ମାରିଦେବି

ପୁଡୁଚେରୀ(ବଡ଼ ଖବର ବ୍ୟୁରୋ): ପୋଲିସ ପୁଡୁଚେରୀରେ ଜଣେ ୪୩ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରିଛି । ପାଞ୍ଚ କୋଟି ଟଙ୍କା ଦେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମାରିଦେବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଅଭିଯୋଗ ହୋଇଛି ଯେ ସେ ଫେସବୁକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାର ବିବାଦିୟ ପୋଷ୍ଟ କରିଥିଲେ । ସେ ଲେଖିଛନ୍ତି ଯେ ଯଦି କେହି ତାଙ୍କୁ ପାଞ୍ଚ କୋଟି ଟଙ୍କା ଦିଅନ୍ତି ତେବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବେ । ଶୁକ୍ରବାର ଏହି ଘଟଣାର ତଦନ୍ତକରି ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ପୋଲିସ କହିଛି ଯେ ଅଭିଯୁକ୍ତ ଆର୍ଯ୍ୟାନପୁପାମ ଗାଁର ରିଅଲ ଇଷ୍ଟେଟ୍ ବ୍ୟବସାୟୀ ସତ୍ୟନନ୍ଦମ୍ ବୋଲି ଚିହ୍ନଟ କରାଯାଇଛି । ତାଙ୍କ ବିରୋଧରେ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ଫେସବୁକରେ ଏକ ମେସେଜ ଲେଖିଥିଲେ । ଏଥିରେ କୁହାଯାଇଛି ଯେ ଯଦି କେହି ତାଙ୍କୁ ପାଞ୍ଚ କୋଟି ଟଙ୍କା ଦିଅନ୍ତି ତେବେ ସେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ଅଛନ୍ତି । ଗୁରୁବାର ଜଣେ କାର ଡ୍ରାଇଭର ଏହି ବାର୍ତ୍ତା ଦେଖି ପୋଲିସକୁ ସୂଚନା ଦେଇଥିଲେ, ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଏହା ପରେ ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା ଯେଉଁଠାରେ ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏନଡିଏ ବୈଠକ ମୋଦିଙ୍କ ହୁଙ୍କାର 🔴 ଦଳ ଏବଂ ଘରୁ ବେଦଖଲ ହେଲେ ଲାଲୁ ନନ୍ଦନ 🔴 ବର୍ଷା ପାଇଁ ୪୯ ବିମାନର ଗତିପଥ ପରିବର୍ତ୍ତନ 🔴 ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ! 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ଏନଡିଏ ବୈଠକ ମୋଦିଙ୍କ ହୁଙ୍କାର 🔴 ଦଳ ଏବଂ ଘରୁ ବେଦଖଲ ହେଲେ ଲାଲୁ ନନ୍ଦନ 🔴 ବର୍ଷା ପାଇଁ ୪୯ ବିମାନର ଗତିପଥ ପରିବର୍ତ୍ତନ 🔴 ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ! 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ