ଓଡ଼ିଶା-ଆନ୍ଧ୍ର ଭାଷାଭିତ୍ତିକ ପାଠପଢ଼ା ପ୍ରସଙ୍ଗରେ ଆଲୋଚନା

ଭୁବନେଶ୍ୱର( ବଡ଼ ଖବର ବ୍ୟୁରେ): ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ଥମିବାରେ ନାଁ ଧରିନି । ଓଡ଼ିଶା ଭିତରେ ପଶି ଆନ୍ଧ୍ର ସରକାର ଗଞ୍ଜାମ, କୋରପୁଟ, ରାୟଗଡା, ଗଜପତି ସୀମାନ୍ତ ଅଞ୍ଚଳରେ ନିର୍ବାଚନ କରିବାକୁ ଘୋଷଣା କରିସାରିଥିଲା । ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ପରେ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଏହାରି ଭିତରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଭାଷାଭିତ୍ତିରେ ପାଠପଢ଼ା ପ୍ରସଙ୍ଗରେ ମଧ୍ୟ ଦୁଇ ରାଜ୍ୟର ପ୍ରତିନିଧି ଦଳ ଆଲୋଚନା କରିଛନ୍ତି । ଆନ୍ଧ୍ରରେ ଥିବା ୪ ହଜାର ୫ଶହରୁ ଅଧିକ ଓଡ଼ିଆ ପିଲାଙ୍କୁ ଓଡ଼ିଆ ଭାଷା ପଢ଼ାଇବା ଓ ସମସ୍ତ ସୁବିଧା ଦେବା ପାଇଁ ଆଲୋଚନା ହୋଇଛି ।

ତେଲୁଗୁ ଭାଷା ଶିଖିବାକୁ ଆଗ୍ରହ ଥିଲେ ମଧ୍ୟ ଶିକ୍ଷକ ଅଭାବ ଯୋଗୁ ପିଲା ପାଠ ପଢ଼ି ପାରୁନାହାନ୍ତି ବୋଲି ଆନ୍ଧ୍ର ପ୍ରତିନିଧି ଅଭିଯୋଗ କରିଥିଲେ । ତେବେ ଓଡ଼ିଶାରେ ଥିବା ରାୟଗଡା, ଗଜପତି, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ, କୋରପୁଟରେ ପ୍ରାୟ ୮୦ ଲକ୍ଷ ତେଲୁଗୁ ଭାଷାଭାଷୀ ଲୋକଙ୍କୁ ଭାଷାଭିତ୍ତିରେ ପାଠପଢ଼ାଇବା ପାଇଁ ସରକାର ପ୍ରତିଶୃତି ଦେଇଛନ୍ତି । ଏ ନେଇ ଆନ୍ଧ୍ର ବିଧାନସଭା ପରିଷଦ ପ୍ରତିନିଧି ଦଳଙ୍କ ସହ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଲୋଚନା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’