ଓଡ଼ିଆ ଶ୍ରମିକଙ୍କ ବସ୍ ଜଳିଗଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗାଁରେ କାମଧନ୍ଦାର ଅଭାବ । ପରିବାର ଚଳାଇବା ସହଜ ହେଉନି,ସୁଦୂର ଗୋଆ ଚାଲିଯିବା । ସେଠାରେ କାମଧନ୍ଦା ନିଶ୍ଚିତ ମିଳିବ । ଏଭଳି ଚିନ୍ତାକରି ବାଲେଣ୍ୱରର ୩୨ ଜଣ ଶ୍ରମିକ ଏକ ଘରୋଇ ବସ ଭଡା କରିଥିଲେ । ନେଲୁରୁ ଦେଇ ଗୋଆ ଅଭିମୁଖେ ବାଲେଣ୍ୱରରୁ ଛାଡିଥିଲା ବସ୍ ।

ମଙ୍ଗଳବାର ସଂଧ୍ୟା ୭ଟା । ବସ୍ ଛୁଟିଥାଏ ଆଗକୁ ଆଗକୁ । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ପାଇକାରାଓପେଟା ନିକଟରେ ଜାତୀୟ ରାଜପଥ ପାଶ୍ୱର୍କୁ ଡାଇଭର ବସ୍ ସାଇଡକରି ଚିତ୍କାର କରିଥିଲେ । ନିଆଁ, ନିଆଁ । ସେତେବେଳକୁ ଓଡ଼ିଆ ଯାତ୍ରୀମାନେ ବସ୍ରେ ନିଆଁ ଲାଗିଥିବା ଜାଣିପାରିଥିଲେ । ଡ୍ରାଇଭରଙ୍କ ନିର୍ଦ୍ଧେଶରେ ସମସ୍ତ ଯାତ୍ରୀ ବସରୁ ଓହ୍ଲାଇ ଯାଇଥିଲେ । ଆଉ ସେମାନେ ସମସ୍ତେ ବସ୍ ଠାରୁ ବହୁତ ଦୂରରେ ଠିଆ ହୋଇଥିଲେ । ସେମାନଙ୍କ ଆଖି ଆଗରେ ହୁତୁ ହୁତୁ ହୋଇ ଜଳି ଯାଇଥିଲା ବସ । ଓଡ଼ିଆ ଶ୍ରମିକ ମାନେ ଡ୍ରାଇଭରକୁ ଧନ୍ୟବାଦ ଦେଇଛନ୍ତି ।

ସ୍ଥାନୀୟ ପୋଲିସ କହିଛି, ବସ୍ଟି ସମ୍ପର୍ଣ୍ଣ ଜଳିଯାଇଛି । ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ପୋଲସ ନିଆଁକୁ ଆୟତ୍ତ କରିବା ସହ ପରିସ୍ଥିତି ନିୟନ୍ତ୍ରଣ କରିଥିଲେ । ପୋଲିସ କହିବା ଅନୁସାରେ ବସର ଇଞ୍ଜିନରେ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!