Masthead

ପରୀ ହତ୍ୟା ମାମଲା: ଅଭିଯୁକ୍ତର ସ୍ୱୀକାରୋକ୍ତି

ନୟାଗଡ଼ (ବଡ଼ ଖବର ବ୍ୟୁରୋ): ନୟାଗଡ ପରୀ ହତ୍ୟାକାଣ୍ଡର ହୋଇଛି ଖୁଲାସା । ଜଷ୍ଟିସ ଜୁଭେନାଇଲ କୋର୍ଟରେ ଏସଆଇଟି ପକ୍ଷରୁ କରାଯାଇଥିଲା ଚାର୍ଜସିଟ ଦାଖଲ । ଚାର୍ଜସିଟ ଅନୁସାରେ ନାବାଳକ ଅଭିଯୁକ୍ତ  ଦୋଷ ସ୍ୱୀକାର କରିଛି। ରିମାଣ୍ଡ ବେଳେ ଅଭିଯୁକ୍ତ କରିଥିବା ଦୋଷ ସ୍ୱୀକାରର ଅଡିଓ ଏବଂ ଭିଡିଓ ଦାଖଲ କରାଯାଇଛି । ନାବାଳିକାକୁ ଦୁର୍ଷ୍କମ କରିବାକୁ କରିଥିଲା ଉଦ୍ୟମ । ମାତ୍ର ସମ୍ଭବ ନହେବାରୁ ତଂଟି ଚିପି କରିଛି ହତ୍ୟା । ପରୀ ସମ୍ପର୍କରେ ତା ମା’ ମୋତେ ପଚାରିଥିଲେ ବି ମୁଁ ଜାଣିନଥିବା କହିଥିଲି । ଏସଆଇଟିର ଚାର୍ଜସିଟରୁ ଏଭଳି ତଥ୍ୟ ଆସିଛି ପଦାକୁ ।

ଅନ୍ୟପଟେ ଚାର୍ଜସିଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିଯୁକ୍ତର ଓକିଲ ଚନ୍ଦ୍ର ବିଜୟୀ ମିଶ୍ର । ବୁଢି ଅସୁରୁଣିର ଗପ କହିଛନ୍ତି କି ବୋଥ୍ରା । ବୋଥ୍ରାଙ୍କ ଥିଓରୀ ଓ ପ୍ରାକ୍ଟିକାଲର ରହୁନି କୌଣସି ତାଳମେଳ । ପଂଚନାମା ଓ ବ୍ୟବଚ୍ଛେଦ ରିପୋର୍ଟରେ ଅନେକ ପାର୍ଥକ୍ୟ ରହିଛି । ହତ୍ୟାକାଣ୍ଡରେ ଜଣେ ଅଭିଯୁକ୍ତ ବୋଲି କହିଛି ଏସଆଇଟି । ସେହିପରି ନାବାଳିକାର ଡେଡବଡି ଡିସପୋଚ ବେଳେ ଦେଖିଛନ୍ତି ଜଣେ ପ୍ରତ୍ୟେକ୍ଷଦର୍ଶୀ ।

ଅପରପକ୍ଷରେ ଜୁଡିସିଆଲ ମାଜିଷ୍ଟେଟଙ୍କ ପାଖରେ ଯଦୁପୁରର ୩ ଜଣ ଦେଇଛନ୍ତି ସାକ୍ଷ୍ୟ ପ୍ରମାଣ । ଯାହାକି ଚାର୍ଜସିଟରେ ଉଲ୍ଲେଖ କରାଯାଇଛି । ଶବ ବ୍ୟବଚ୍ଛେଦ ଓ ଏଫଏମଟି ରିପୋର୍ଟ ଅନୁସାରେ ହତ୍ୟା ସମ୍ପର୍କ ରହିଛି ସନ୍ଦେହ ଘେରରେ । ଅଭିଯୁକ୍ତ ନାବାଳକ ରହିଛି ଅନୁଗୁଳର ବାଳସୁଧାର ଗୃହରେ । ଆସନ୍ତାକାଲି ଏଲଭିଏ ଟେଷ୍ଟ ପାଇଁ ବାଳ ସୁଧାର ଗୃହରେ କରାଯିବ ହାଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼