Masthead

ନାସାର ମଙ୍ଗଳ ମିଶନ ସଫଳ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନାସାର ମଙ୍ଗଳ ମିଶନ ସଫଳ । ଅନ୍ତରୀକ୍ଷରେ ନାସାକୁ ଐତିହାସିକ ସଫଳତା ମିଳିଛି । ମଙ୍ଗଳରେ ଅବତରଣ କରିଛି ନାସାର ମାର୍ସ ପର୍ସିଭରେନ୍ସ ରୋଭର । ୭ମାସର ଯାତ୍ରା ପରେ ରାତି ୨.୩୦ରେ ଅବତରଣ କରିଛି ଅନ୍ତରୀକ୍ଷ ଯାନ ରୋଭର । ଆମେରିକା ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଏନେଇ ଟ୍ୱିଟ କରି ସୂଚନା ଦିଆଯାଇଛି ।

ରୋଭରର ଲ୍ୟାଣ୍ଡିଂକୁ ନେଇ ବୈଜ୍ଞାନିକ ମାନେ ଚିନ୍ତିତ ଥିବା ବେଳେ ସଫଳତା ପୂର୍ବକ ଲ୍ୟାଣ୍ଡ କରିଛି ରୋଭର । ନାସାର ଆଡମିନିଷ୍ଟ୍ରେଟର ଷ୍ଟିଭ ଜୁରଜିକ୍ ଟିମ୍କୁ ଶୁଭେଚ୍ଛା ଦେଇଛନ୍ତି । ଅନ୍ୟପଟେ ରୋଭର ମଙ୍ଗଳ ଗ୍ରହରେ ଲ୍ୟାଣ୍ଡ କରି ପ୍ରଥମ ଫଟୋ ପଠାଇଛି । ମଙ୍ଗଳରେ ଜୀବସତାର ଅନୁସନ୍ଧାନ କରିବ ଏହି ରୋଭର ।

୬ ଚକିଆ ଏହି ରୋଭର ଯାନ ମଙ୍ଗଳ ଗ୍ରହରେ ଜୀବନର ସତ୍ତା ସନ୍ଧାନ କରିବ । ମଙ୍ଗଳ ଗ୍ରହରେ ଯେ ଯଦି କେବେ ବି ଜୀବନ ରହିଥିବ ତେବେ ଏହା ୩ରୁ ୪ ନିୟୁତ ବର୍ଷ ପୂର୍ବେ ରହିଥିବ ବୋଲି ନାସାର ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି । ସେହି ସମୟରେ ମଙ୍ଗଳ ଗ୍ରହରେ ଜଳ ରହିଥିବା ଅନୁମାନ କରିଛନ୍ତି ବୈଜ୍ଞାନିକ । ଏହି ମିଶନ ଦ୍ୱାରା ବୈଜ୍ଞାନିକ ଗବେଷଣା ସହ ଦର୍ଶନ ଏବଂ ମହାକାଶ ଗବେଷଣା ନେଇ ଅଧିକ ତଥ୍ୟ ମିଳିପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼