Masthead

ଫେଲ ମାରିଛି ‘ସ୍ୱଚ୍ଛ ଭାରତ ଅଭିଯାନ’

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ସ୍ୱଚ୍ଛ ଭାରତ ଅଭିଯାନ ଚାଲିଛି । ହେଲେ ଏଠାର ବାସ୍ତବ ଚିତ୍ର ସମ୍ପୂର୍ଣ ଅଲଗା । ବିଦ୍ୟାଳୟରେ ନାହିଁ ଶୌଚାଳୟ ,ନାହିଁ ପାଚେରୀ । ଶ୍ରେଣୀ ଗୃହ ର କାନ୍ଥ ଭାଙ୍ଗି ଆଂ କଲାଣି । ଛାତ ରୁ ଖସୁଛି ଛେଲା ଛେଲା କଂକ୍ରିଟ । ଏହା କେଉଁ ଉପାନ୍ତ ଅଂଚଳ ନୁହେଁ । ଏ ହେଉଛି ରାଜ୍ୟ କ୍ରୀଡା ମନ୍ତ୍ରୀଙ୍କ ନିଜ ବ୍ଲକ ତଥା ଅସ୍ତରଙ୍ଗ ବ୍ଲକ ସରିପୁର ପଂଚାୟତର ମୁଦୁଗଲଗ୍ରାମ ସିଦ୍ଧେସ୍ୱର ବିଦ୍ୟାଳୟର ଦୃଶ୍ୟ । ବିଦ୍ୟାଳୟ ସମ୍ପୂର୍ଣ ଅଵ୍ୟବସ୍ଥା କହିଲେ ଚଳେ ।

ଏହି ବିଦ୍ୟାଳୟରେ ଅଷ୍ଟମ ,ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । ଶୌଚାଳୟ ନଥିବାରୁ ଏଠି ଶିକ୍ଷୟତ୍ରୀ ଓ ଛାତ୍ରୀମାନେ ବହୁତ ଅସୁବିଧା ଭୋଗନ୍ତି । ୧୯୮୯ରେ ଏହି ସ୍କୁଲ ପ୍ରତିଷ୍ଠା ହୋଇଛି । ବିଦ୍ୟାଳୟ ବିଷୟରେ ସ୍ଥାନୀୟ ନେତା ଓ ମନ୍ତ୍ରୀ ବୁଝୁନାହାନ୍ତି ବୋଲି ମତ ଦେଇଛନ୍ତି ଗ୍ରାମବାସୀ । ଅସ୍ତରଙ୍ଗ ଅଂଚଳର ବହୁ ପୁରାତନ ସ୍କୁଲରେ ପାଇଖାନାଟିଏ ନାହିଁ । ଆଉ ଦେଶ ସାରା ଚାଲିଛି ସ୍ୱଚ୍ଛ ଭାରତ ଅଭିଯାନ ।

ଏଥିରୁ ବୁଝା ପଡୁଛି ଏ ଅଭିଯାନ କେତେ ସଫଳ । ଅନ୍ୟ ପଟେ ବିଦ୍ୟାଳୟ ଚତୁପାର୍ଶ୍ଵ ରେ ପାଚେରୀ ନାହିଁ । ଶ୍ରେଣୀ ଗୃହରୁ ଖସୁଛି କଂକ୍ରିଟ ଛେଲା । ଯଦି ଆଗାମୀ ଦିନ ରେ ଶ୍ରେଣୀ ଗୃହ କାମ ନ ହୁଏ କେତେ ବେଳେ ନିରୀହ ଛାତ୍ରଛାତ୍ରୀଙ୍କ ଜୀବନ ଯିବ କହି ହେବନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ