Masthead

ନାଗାଲାଣ୍ଡ ବିଧାନସଭାରେ ପ୍ରଥମ ଥର ପାଇଁ ଶୁଭିଲା ଜାତୀୟ ସଂଗୀତ

ନୂଆଦିଲ୍ଲୀ (ବଡ଼ ଖବର): ନାଗାଲାଣ୍ଡ ରାଜ୍ୟ ବିଧାନସଭାରେ ପ୍ରଥମ ଥର ପାଇଁ ଜାତୀୟ ସଂଗୀତ ପରିବେଷଣ କରାଯାଇଛି । ଯାହା ନାଗାଲାଣ୍ଡ ପାଇଁ ଏକ ଐତିହାସିକ ମୁହୂୁର୍ତ୍ତ ।୧୯୬୩ ଡିସେମ୍ବର୧ରେ ନାଗାଲାଣ୍ଡକୁ ୧୬ତ୍ତମ ରାଜ୍ୟର ମାନ୍ୟତା ମିଳିଥିଲା । ପ୍ରାୟ ଷାଠିଏ ବର୍ଷ ପରେ ଗତ ୧୨ ତାରିଖରେ ରାଜ୍ୟରେ ବଜେଟ ଅଧିବେଶନ ଆରମ୍ଭ ବେଳେ ରାଜ୍ୟପାଳ ଆର୍ ଏନ୍ ରବିଙ୍କ ଅଭିଭାଷଣ ର୍ପୂବରୁ ଓ ପରେ ବିଧାନସଭାରେ ଜାତୀୟ ସଂଗୀତ ପରିବେଷିତ ହୋଇଥିଲା ।

ସାମ୍ବିଧାନିକ ବିଶେଷଜ୍ଞଙ୍କ ମତରେ ବିଧାନସଭାରେ ଜାତୀୟ ସଂଗୀତ ପରିବେଷଣ କରିବା ବାଧ୍ୟତାମୂଳକ ନୁହେଁ । କାରଣ ଜାତୀୟ ସଂଗୀତକୁ ସମ୍ମାନ ଦେବା ନାଗରିକର ମୌଳିକ କର୍ତ୍ତବ୍ୟ । ମୌଳିକ କର୍ତ୍ତବ୍ୟ ଗୁଡିକୁ ପାଳନ କରିବା, ନ କରିବା ନାଗରିକଙ୍କର ଇଛା ଉପରେ ନିର୍ଭର କରେ । କିନ୍ତୁ ଅନେକ ରାଜ୍ୟର ବିଧାନସଭାରେ ଜାତୀୟ ସଂଗୀତ ପରିବେଷଣ ଦେଖିବାକୁ ମିଳିଥାଏ । ବହୁ ବର୍ଷ ଧରି ବିଛିନ୍ନତାବାଦୀ ହିଂସା ଏବଂ ଅନେକ ଦିନ ଧରି ଚାଲି ଆସୁଥିବା ଶାନ୍ତି କଥାବାର୍ତ୍ତା ଦ୍ୱାରା ଏହା ଲୋପ ପାଇ ଯାଇଥିଲା ।

୨୦୦୭ ରେ ନିର୍ମିତ ହୋଇଥିବା ନୂଆ ବିଧାନସଭା ଗୃହରେ ବର୍ତ୍ତମାନ ପର୍ଯ୍ୟନ୍ତ ଜାତୀୟ ସଂଗୀତ ପରିବେଷିତ ହୋଇନଥିଲା ବୋଲି ବାଚସ୍ପତି ସରିନଙ୍ଗେନ ଲଙ୍ଗକୁମାର ମତ ରଖିଛନ୍ତି । ତାଙ୍କ ପରାମର୍ଶ ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି । ଏହା ସହ ରାଜ୍ୟପାଳ ଆର ଏନ୍ ରବି ମଧ୍ୟ ଏନ୍ ଏସ୍ ସି ଏନ୍ (ଆଇଏମ୍) ସମେତ ସୌନବିଭାଗ ସହିତ ରାଜ୍ୟରେ ଶାନ୍ତି ବଜାଇ ରଖିବା ପାଇଁ କଥାବାର୍ତ୍ତା ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି