ସର୍ବକନିଷ୍ଠ ୱେବ ଡିଜାଇନରଙ୍କ କାହାଣୀ

ବରଗଡ( ବଡ ଖବର ) : କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ, ଛୋଟ ସିନା ଦାନ ତ ମହାନ । ୱେବ ଡିଜାଇନର ଆୟୁଷ। କେମିତି ପରିଚିତ ହେଲେ ଆୟୁଷ ଜାଣନ୍ତୁ ସଂପୂର୍ଣ୍ଣ ରିପୋର୍ଟ ।ଗାଁ ରାସ୍ତାରେ ଥିବା ନାଳ ଗ୍ରାମବାସୀଙ୍କ ଗମନାଗମନରେ ବାଧାସୃଷ୍ଟି କରୁଥିଲା, ଯାହାଦ୍ୱାରା ଆୟୁଷଙ୍କ ବାପା ସେହି ନାଳର ଜଳସ୍ରୋତର ଶିକାର ହୋଇଥିଲେ । କିନ୍ତୁ କୌଣସି ପ୍ରକାରେ ସେ ଜୀବନ ବଞ୍ଚାଇ ଘରେ ପହଞ୍ଚିଥିଲେ । ପରେ କୌଣସି କାରଣରୁ ଆୟୁଷ ତାଙ୍କ ବାପାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ପଚାରିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ବାପାଙ୍କଠୁ ଶୁଣିବା ପରେ ଆୟୁଷ ତାଙ୍କ ଗାଁ ନାଳର ପୋଲ ତିଆରି କରିବା ପାଇଁ ମୁଖ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । କିନ୍ତୁ ସେଠାରୁ କୌଣସି ଫଳ ମିଳିନଥିବାରୁ ରାଜ୍ୟପାଳ ଓ ପରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆୟୁଷ।

ଏହାପରେ ତିଆରି ହୋଇଥିଲା ପୋଲ, ଯାହାକି ସମ୍ବଲପୁର ଜିଲ୍ଲାର ସୀମାନ୍ତରେ ଥିବା କୁଡାନାଲି ଗାଁରୁ ଅନୁଗୁଳ ଜିଲା ସୀମାନ୍ତକୁ ସଂଯୋଗ କଲା । ଆୟୁଷର ଗାଁ ସମ୍ବଲପୁର ଜିଲ୍ଲା ନାକଟିଦେଉଲ ବ୍ଲକ ର କୁଡାନାଲି ଗାଁରେ । ଆଜି ଅନ୍ୟ ଏକ କାମ ପାଇଁ ପାଲଟିଛନ୍ତି ବିସ୍ମୟ ବାଳକ ।

ସେ ଏ ପର୍ଯ୍ୟନ୍ତ ୮ଟି ୱେବ୍‌ସାଇଟ ଡିଜାଇନ କରିସାରିଛନ୍ତି । । କୁଡ଼ାନାଳୀର ସରୋଜ ରାଉତ ଓ ରଶ୍ମିତା ରାଉତଙ୍କ ୧୩ ବର୍ଷର ପୁଅ ଆୟୁଷ । ଆୟୁଷ ଅଷ୍ଟମ ଶ୍ରେଣୀର ଛାତ୍ର । ଆୟୁଷ ବିନା ପ୍ରଶିକ୍ଷଣ ବା ତାଲିମରେ ’ଫେସବୁକ୍ ଭଳି ଏକ ସାମାଜିକ ଗଣମାଧ୍ୟମ ସାଇଟ ଖୋଲିଛନ୍ତି, ଯାହାର ନାଁ ‘ରାଉଟର’। ଆୟୁଷଙ୍କ ବାପା ସରୋଜ ରାଉତ ଜଣେ ସାମ୍ବାଦିକ । ସେ ଭବିଷ୍ୟତରେ ଜଣେ ବିଶେଷଜ୍ଞ ହେବେ ଓ ଆଇଏଏସ ହୋଇ ଦେଶର ସେବା କରିବେ ବୋଲି କହିଛନ୍ତି । ନିଜ ଗାଁ କୁଡ଼ାନାଳୀକୁ ବିଶ୍ୱସ୍ତରରେ ପରିଚିତ କରିବାର ଲକ୍ଷ୍ୟ ରଖୁଛନ୍ତି ଆୟୁଷ । ଆୟୁଷ ଗତ ସେପ୍ଟେମ୍ବର ମାସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଥିଲେ । ପରେ ସମ୍ବଲପୁର ସାସଂଦ ନୀତେଶ ଗଙ୍ଗଦେବକୁ ମଧ୍ୟ ଦେଖା କରିଥିଲେ । ବାର ବର୍ଷର ବିସ୍ମୟବାଳକ ଆୟୁଷଙ୍କ ଅଧ୍ୟୟନ,ଗବେଷଣା, ସନ୍ଧାନ, ପ୍ରୟୋଗ ଜାରି ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’