Masthead

ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

କଟକ(ବଡ଼ ଖବର ବ୍ୟୁରୋ):ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଜାମିନ । ଆଜି ହାଇକୋର୍ଟ ଦେଲା ମଞ୍ଜୁରି । କ୍ରାଇମବ୍ରାଞ୍ଚ ମାମଲାରେ ପ୍ରଦୀପଙ୍କୁ ଜାମିନ ମିଳିଥିବା ଜଣାପଡିଛି । ୨୪ ଲକ୍ଷ ଟଙ୍କାର କ୍ୟାସ୍ ସିୟୋରିଟି ସହ ୫ ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ ଦିଆଯାଇଛି ଜାମିନ । ଚାକିରି ଆଶାୟୀଙ୍କ ନିକଟରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଟଙ୍କା ସଂଗ୍ରହ କରିଥିବା ଅଭିଯୋଗରେ ଜେଲ ବେଳେ ଆଜି ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ତେବେ ସୂଚନା ଅନୁସାରେ, ଜାମିନ ମିଳିବା ପରେ ମଧ୍ୟ ସେ ଜେଲରେ ରହିବେ । ତାଙ୍କ ବିରୋଧରେ ଥିବା ଅନ୍ୟ ଦୁର୍ନୀତି ମାମଲାରେ ଜାମିନ ମିଳିନଥିବାରୁ ସେ ଝାରପଡା ଜେଲରେ ରହିବେ ।

ଉଲ୍ଲେଖଯୋଗ୍ୟ ଯେ, ଆଇଏଫଏସ ଅଫିସର ଅଭୟ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କ ଲିଙ୍କରେ ଛନ୍ଦି ହୋଇ ଗିରଫ ହୋଇଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଟାଟା କମ୍ପାନୀରେ ଚାକିରୀ କରାଇଦେବେ କହି ଭାବି ଜ୍ୱାଇଁ ଆକାଶ ପାଠକ କରିଥିବା ଠକେଇରେ ପ୍ରଦୀପଙ୍କର ହାତ ରହିଛି କି ନାହିଁ ତାହାର ଖୋଳତାଡ ବର୍ତ୍ତମାନ କରୁଛି କ୍ରାଇମବ୍ରାଞ୍ଚା ଏହି ମାମଲାରେ ଉଭୟଙ୍କୁ ସାମ୍ନାସାମ୍ନି ଜେରା କରିଥିଲା କ୍ରାଇମବ୍ରାଞ୍ଚ ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ମାମଲାର ତଦନ୍ତ ପାଇଁ ଲୋକୟୁକ୍ତ ନିକଟରେ ସୁପାରିଶ କରିଥିଲେ ମୁଖ୍ୟମନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟସଭା ଯିବେ କମଲ ହାସନ! 🔴 ଭିଜିଲାନ୍ସ ଜାଲରେ RI 🔴 ରାଜ୍ୟରେ ୫ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ 🔴 ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡ 🔴  ଆଜିଠାରୁ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା 🔴 ପାଟଣାଗଡ଼ ପାର୍ସଲ୍ ବୋମା ମାମଲା, ଆଜି ଆସିବ ରାୟ 🔴 ମୋଦିଙ୍କ ବିଦେଶୀ ସାମଗ୍ରୀ ବର୍ଜନ ଅପିଲ 🔴 ‘ଇଟାର ଜବାବ ପଥରେ ଦେବୁ’ 🔴 ବେଆଇନ ବନ୍ଧୁକ ତିଆରି କାରଖାନା ଠାବ 🔴 ଆକ୍ସନ ମୋଡରେ ବିଧାୟକ ପବିତ୍ର ସାଉଁନ୍ତା 🔴 ରାଜ୍ୟସଭା ଯିବେ କମଲ ହାସନ! 🔴 ଭିଜିଲାନ୍ସ ଜାଲରେ RI 🔴 ରାଜ୍ୟରେ ୫ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ 🔴 ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡ 🔴  ଆଜିଠାରୁ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା 🔴 ପାଟଣାଗଡ଼ ପାର୍ସଲ୍ ବୋମା ମାମଲା, ଆଜି ଆସିବ ରାୟ 🔴 ମୋଦିଙ୍କ ବିଦେଶୀ ସାମଗ୍ରୀ ବର୍ଜନ ଅପିଲ 🔴 ‘ଇଟାର ଜବାବ ପଥରେ ଦେବୁ’ 🔴 ବେଆଇନ ବନ୍ଧୁକ ତିଆରି କାରଖାନା ଠାବ 🔴 ଆକ୍ସନ ମୋଡରେ ବିଧାୟକ ପବିତ୍ର ସାଉଁନ୍ତା