Masthead

ଇସ୍ରୋକୁ ମିଳିଲା ଆଉ ଏକ ସଫଳତା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):୨୦୨୧ ପ୍ରଥମ ମିଶନରେ ଇସ୍ରୋକୁ ମିଳିଲା ଆଉ ଏକ ସଫଳତା । ଆଜି ଉତକ୍ଷେପଣ ହୋଇଛି ପିଏସଏଲଭି-ସି୫୧ଉପଗ୍ରହ । ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପୂର୍ବାହ୍ନ ୧୦.୨୪ ରେ ଉପଗ୍ରହ ଆମାଜୋନିଆ-୧ ର ସଫଳ ଉତକ୍ଷେପଣ କରାଯାଇଛି । ଉପଗ୍ରହ ଆମାଜୋନିଆ-୧ ର ସଫଳତାକୁ ନେଇ ବେଶ ଖୁସି ଅଛନ୍ତି ବୌଜ୍ଞାନିକମାନେ । ପାଣିପାଗର ପରିସ୍ଥତିକୁ ଦୃଷ୍ଟିରେ ରଖି ଏହାକୁ ଉତକ୍ଷେପଣ କରଯାଇଛି । ପୃଥିବୀକୁ ପର୍ଯ୍ୟବେକ୍ଷଣ କରିବା ପାଇଁ ଏହି ଆମୋଜୋନିଆ-୧ ଉପଗ୍ରହ ବା ସାଟେଲାଇଟକୁ ଉତକ୍ଷେପଣ କରାଯାଇଛି । ଏହି ଉପଗ୍ରହ ଆମାଜନ ଅଞ୍ଚଳର ଜଙ୍ଗଲ ନଷ୍ଟ ହେବା ଉପରେ ନଜର ରଖିବା ପାଇଁ ଉପଭୋକ୍ତା ମାନଙ୍କୁ ରିମୋଟ ସେନ୍ସିଂ ତଥ୍ୟ ପ୍ରଦାନ କରି ଜଙ୍ଗଲର ଆକାରକୁ ଆହୁରୀ ମଜବୁତ କରିବ ।

ଇସ୍ରୋର ପିଏସଏଲଭି-ସି୫୧ ରକେଟ୍ ସହାୟତାରେ ବ୍ରାଜିଲର ଅପ୍ଟିକାଲ ଅବଜରଭେଶନ ସାଟେଲାଇଟକୁ ମହାକାଶକୁ ପଠାଯାଇଛି । ଏହା ପିଏସଏଲଭିର ୫୩ ତମ ମିଶନ ବୋଲି କୁହାଯାଇଛି । କେବଳ ଆମାଜୋନିଆ ନୁହେଁ ଏହାସହ ୧୮ଟି ଉପଗ୍ରହକୁ ମଧ୍ୟ ପ୍ରଥମ ଲଞ୍ଚପ୍ୟାଡରୁ ସଫଳତା ସହ ଉତକ୍ଷେପଣ କରାଯାଇଛି । ଏହି ୧୮ ଟି ଉପଗ୍ରହ ମଧ୍ୟରେ ସ୍ପେସ୍ କିଡଜ୍ ଇଣ୍ଡିଆର ଏସଡି ସାଟ୍ (ସତୀଶ୍ ଧାୱନ୍ ସାଟ୍) ସହ କୋଇମ୍ବାଟୁରର ଶ୍ରୀ ଶକ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଓ ନାଗପୁରର ଜିଏଚ୍ ରାଇସୋନି କଲେଜ ଅଫ୍ ଇଞ୍ଜିନିୟରିଂ ଆଦି ୩ ଟି କଲେଜ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ ହୋଇଥିବା ୟୁନିସାଟର ମଧ୍ୟ ଉତକ୍ଷେପଣ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ