Masthead

ବସନ୍ତରେ ବୈଶାଖର କଷ୍ଟ

ଭୁବନନେଶ୍ୱର, (ବଡ଼ ଖବର ବ୍ୟୁରୋ) ବସନ୍ତରେ ବୈଶାଖର କଷ୍ଟ । ଡହଡହ ଖରାରେ ସିଝୁଛି ସାରା ଓଡ଼ିଶା । ଉପାନ୍ତରୁ ଉପକୁଳ ସବୁଠି ଅସହ୍ୟ ତାତି । ଦିନ ୧୦ଟା ପରଠାରୁ ପଦାକୁ ବାହାରିବାକୁ ଲାଗୁଛି ଡର । ଝାଞ୍ଜି ହାୱା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ଲଗାତାର ଚାରିଦିନ ହେବ ଅସହ୍ୟ ଖରାରେ ସିଝୁଛି ଓଡ଼ିଶା । ରାଜଧାନୀ ଭୁବନେଶ୍ୱର ସମେତ ଅନୁଗୁଳ ଓ ବୌଦ୍ଧରେ ପାରଦ ୪୦ଡିଗ୍ରୀ ଟପିଛି । ରାଜ୍ୟରେ ତୃତୀୟ ସର୍ବାଧିକ ଉତପ୍ତ ସହର ହେଉଛି ବାରିପଦା । ବାରିପଦାରେ ଆଜି ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି । କଟକରେ ମଧ୍ୟ ପାରଦ ୩୯.୨ ଡିଗ୍ରୀ ରହିଥିଲା । ସେହିପରି ଚାନ୍ଦବାଲି, ନାୟାଗଡ, ସୋନପୁର,ବଲାଙ୍ଗିର, ଟିଟଲାଗଡ, ତାଳଚେର ଓ ସମ୍ବଲପୁରରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଥିଲା । ଅନ୍ୟପଟେ ଭବାନିପାଟଣାରେ ପାରଦ ୩୭.୫ ଡିଗ୍ରୀ, ହୀରାକୁଦରେ ୩୭.୬, ମାଲକାନଗିରିରେ ୩୬.୫ ସୁନ୍ଦରଗଡରେ ୩୬.୫ ଝାରସୁଗୁଡାରେ ୩୬.୭ ଡିଗ୍ରୀ ତାପମାତ୍ରା ଥିବା ରେକର୍ଡ କରାଯାଇଛି ।

ଆଗାମୀ ପାଞ୍ଚଦିନ ଧରି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଅଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ