Masthead

ବସନ୍ତରେ ବୈଶାଖର କଷ୍ଟ

ଭୁବନନେଶ୍ୱର, (ବଡ଼ ଖବର ବ୍ୟୁରୋ) ବସନ୍ତରେ ବୈଶାଖର କଷ୍ଟ । ଡହଡହ ଖରାରେ ସିଝୁଛି ସାରା ଓଡ଼ିଶା । ଉପାନ୍ତରୁ ଉପକୁଳ ସବୁଠି ଅସହ୍ୟ ତାତି । ଦିନ ୧୦ଟା ପରଠାରୁ ପଦାକୁ ବାହାରିବାକୁ ଲାଗୁଛି ଡର । ଝାଞ୍ଜି ହାୱା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ଲଗାତାର ଚାରିଦିନ ହେବ ଅସହ୍ୟ ଖରାରେ ସିଝୁଛି ଓଡ଼ିଶା । ରାଜଧାନୀ ଭୁବନେଶ୍ୱର ସମେତ ଅନୁଗୁଳ ଓ ବୌଦ୍ଧରେ ପାରଦ ୪୦ଡିଗ୍ରୀ ଟପିଛି । ରାଜ୍ୟରେ ତୃତୀୟ ସର୍ବାଧିକ ଉତପ୍ତ ସହର ହେଉଛି ବାରିପଦା । ବାରିପଦାରେ ଆଜି ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି । କଟକରେ ମଧ୍ୟ ପାରଦ ୩୯.୨ ଡିଗ୍ରୀ ରହିଥିଲା । ସେହିପରି ଚାନ୍ଦବାଲି, ନାୟାଗଡ, ସୋନପୁର,ବଲାଙ୍ଗିର, ଟିଟଲାଗଡ, ତାଳଚେର ଓ ସମ୍ବଲପୁରରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଥିଲା । ଅନ୍ୟପଟେ ଭବାନିପାଟଣାରେ ପାରଦ ୩୭.୫ ଡିଗ୍ରୀ, ହୀରାକୁଦରେ ୩୭.୬, ମାଲକାନଗିରିରେ ୩୬.୫ ସୁନ୍ଦରଗଡରେ ୩୬.୫ ଝାରସୁଗୁଡାରେ ୩୬.୭ ଡିଗ୍ରୀ ତାପମାତ୍ରା ଥିବା ରେକର୍ଡ କରାଯାଇଛି ।

ଆଗାମୀ ପାଞ୍ଚଦିନ ଧରି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଅଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ