ଆସୁଛି ରାଜ୍ୟପାଳଙ୍କ ସ୍ୱରରେ..

ଭୁବନନେଶ୍ୱର, (ବଡ଼ ଖବର ବ୍ୟୁରୋ): ‘ଏ ଭାଷା ଓଡ଼ିଆ । ଶାସ୍ତ୍ରୀୟ ଭାଷା । ଏ ସଭ୍ୟତା, ଏ ସଂସ୍କୃତି, ଏ ମାଟି, ଜାତି ମହାନ । ତା’ର ପାଣି, ପବନ କଥା କହେ ।’ ଏମିତି କିଛି ଢଙ୍ଗରେ ଓଡ଼ିଆ ସଂସ୍କୃତି, ଐତିହ୍ୟର ଗୁଣଗାନ କରିଛନ୍ତି ରାଜ୍ୟପାଳ । ଖାଲି ଗୁଣଗାନ କରିନାହାନ୍ତି ପ୍ରଶଂସା ମଧ୍ୟ କରିଛନ୍ତି । ଓଡ଼ିଶାର ଜୟଗାନ କରିଛନ୍ତି ରାଜ୍ୟପାଳ । ଗର୍ବ, ଗୌରବରେ ଓଡ଼ିଶାର ଗୀତ ଗାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଭୁବନେଶ୍ୱରର ଏକ ଷ୍ଟିଡ଼ିିଓରେ ଗୀତଟି ରେକର୍ଡ କରାଯାଇଛି । ଆଗାମୀ ଉକ୍ରଳ ଦିବସରେ ଲୋକାର୍ପିତ ହେବ ଏହି ସଙ୍ଗୀତ । ସଙ୍ଗୀତକୁ ପ୍ରସ୍ତୁତ କରିବା ସହ ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ । ଅତି ସୁନ୍ଦର ଭାବରେ ସଙ୍ଗୀତକୁ ଗାନ କରିଛନ୍ତି ରାଜ୍ୟପାଳ । ତାଙ୍କ ସହିତ ଓଡିଶାର ଆଗଧାଡ଼ିର ୧୪ ଜଣ କଣ୍ଠଶିଳ୍ପୀ ଏଥିରେ କଣ୍ଠଦାନ କରିଛନ୍ତି । ପୂର୍ବରୁ ଅନେକ ଥର ଓଡ଼ିଶାକୁ ପ୍ରଶଂସା କରିସାରିଛନ୍ତି ରାଜ୍ୟପାଳ । ଆଉ ଏହି ସମୟରେ ସଙ୍ଗୀତ ମାଧ୍ୟମରେ ଗୁଣଗାନ କରିବା, ଦର୍ଶାଉଛି ଯେ ଓଡ଼ିଶା ପ୍ରତି ତାଙ୍କ ଭଲ ପାଇବା କେତେ ନିବିଡ଼ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ