Masthead

ବିବାହ ବନ୍ଧନରେ ବାନ୍ଧି ହେବେ ଏସିଡ୍ ପୀଡିତା ପ୍ରମୋଦିନୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରେମ ଏକ ସଙ୍ଗ୍ୟାହୀନ ଶବ୍ଦ, ପ୍ରେମ ମାନେନି ଜାତି, ଧର୍ମ, ବର୍ଣ୍ଣ, ବୟସ ଓ ସୌନ୍ଦର୍ଯ୍ୟ । ପ୍ରେମ କେବଳ ଯୋଡେ ବନ୍ଧନ । ପ୍ରେମ ଅମର, କହିଲେ ଭୁଲ ହେବ ନାହିଁ । ଏଭଳି ପ୍ରେମର ଏକ ଉଜ୍ଜ୍ୱଳ ଉଦାହରଣ ପାଲଟିଛନ୍ତି ପ୍ରମୋଦିନୀ ରାଉଳ ଏବଂ ତାଙ୍କର ବନ୍ଧୁ ସରୋଜ ସାହୁ । ସୋମବାର ଦିନ ବିବାହ ବନ୍ଧନର ଅତୁଟ ଡୋରିରେ ବାନ୍ଧି ହେବାକୁ ଯାଉଛନ୍ତି ଏସିଡ୍ ଆକ୍ରମଣରେ ପୀଡିତା ପ୍ରମୋଦିନୀ ରାଉଳ ଏବଂ ତାଙ୍କର ବନ୍ଧୁ ସରୋଜ ସାହୁ । ଏସିଡ୍ ଆକ୍ରମଣରେ ପ୍ରମୋଦିନୀଙ୍କ ସମୂର୍ଣ୍ଣ ଚେହେରା ଜଳି ଯାଇଥିଲେ ବି ତାଙ୍କ ହୃଦୟକୁ ଭଲ ପାଇଛନ୍ତି ସରୋଜ । ଆଉ ତାଙ୍କ କଷ୍ଟକୁ ବି ନିଜର କରିନେଇଛନ୍ତି ସରୋଜ । ଦୀର୍ଘ ୫ ବର୍ଷ ପରେ ବିବାହ ବନ୍ଧନରେ ବାନ୍ଧି ହେବେ ଦୁଇ ପ୍ରେମୀ ଯୁଗଳ ।

୨୦୦୯ ମସିହା ତିର୍ତ୍ତୋଲ ସ୍ଥିତ ଆଦିକବି ସାରଳା ଦାସ କଲେଜରେ ଯୁକ୍ତ ୨ ପଢୁଥିବା ସମୟରେ ଏସିଡ୍ ଆକ୍ରମଣର ଶିକାର ହୋଇଥିଲେ ପ୍ରମୋଦିନୀ । କଲେଜ ନିକଟରେ ଯବାନମାନଙ୍କର ଏକ କ୍ୟାମ୍ପ ପଡିଥିଲା । ସେଥିରୁ ଜଣେ ଯୁବକ ପ୍ରମୋଦିନୀଙ୍କୁ ଏକତରଫା ପ୍ରେମ କରୁଥିଲେ ଓ ବିବାହ ପାଇଁ ପ୍ରସ୍ତାବ ରଖିଥିଲେ । କିନ୍ତୁ ସେହି ସମୟରେ ପ୍ରମୋଦିନୀଙ୍କ ବୟସ ଖୁବ କମ ଥିବାରୁ ତାଙ୍କ ପରିବାର ବର୍ଗ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲେ । କିନ୍ତୁ ଏହି ପ୍ରତ୍ୟାଖାନର ପରିଣତି ଖୁବ ଭୟଙ୍କର ହୋଇଯାଇଥିଲା । ଜଣେ ଯୁବକ ପ୍ରମୋଦିନୀଙ୍କ ମୁହଁକୁ ଏସିଡ ଫିଙ୍ଗି ତାଙ୍କ ଚେହେରାକୁ ବିଗାଡି ଦେଇଥିଲା । ପରେ ଏସିଡ ଆକ୍ରମଣରେ ଶିକାର ହୋଇଥିବା ପ୍ରମୋଦିନୀଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଧୀରେଧୀରେ ସୁସ୍ଥ ହେବାକୁ ଆରମ୍ଭ କରିଥିଲେ ପ୍ରମୋଦିନୀ । ୨୦୦୬ ରେ ସରୋଜଙ୍କୁ ଭେଟିଥିଲେ ପ୍ରମୋଦିନୀ । ସେ ପ୍ରମୋଦିନୀଙ୍କୁ ଅବଶିଷ୍ଟ ଚିକିତ୍ସାରେ ସହଯୋଗ କରିଥିଲେ । ଏହି ସମୟରେ ଉଭୟ ଉଭୟଙ୍କୁ ଭଲ ପାଇ ବସିଥିଲେ । ଏବେ ଉଭୟ ପରିବାରର ସ୍ୱୀକୃତି ଓ ସାମାଜିକ ରୀତିନୀତିରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ 🔴 ଦିଲ୍ଲୀ ବିସ୍ଫୋରଣ, ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା 🔴 ଭୋଟ ଦେଉଛି ନୂଆପଡ଼ା 🔴 ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଗୁଜବ 🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ 🔴 ଦିଲ୍ଲୀ ବିସ୍ଫୋରଣ, ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା 🔴 ଭୋଟ ଦେଉଛି ନୂଆପଡ଼ା 🔴 ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଗୁଜବ