Masthead

୧୯୯୯-୨୦୦୨-୨୦୨୧: ଅଞ୍ଜନା ମାମଲାର ଅନ୍ତ

ଭୁବନେଶ୍ୱର/କଟକ(ବଡ଼ ଖବର): ୧୯୯୯ର ଚର୍ଚ୍ଚିତ ଘଟଣା । ଯାହା ପାଇଁ ଶାସନରୁ ଚାଲିଯାଇଥିଲେ ସେତେବେଳେର ମୁଖ୍ୟମନ୍ତ୍ରୀ । ଦୋହଲାଇ ଯାଇଥିଲା ରାଜ୍ୟ ଶାସନ । ଘଟଣାକୁ ନେଇ ଅନେକ ତମ୍ବିତୋଫାନ ହେଲା । ମାମଲା ଗଲା ସିବିଆଇ ହାତକୁ । ସିବିଆଇ ଠିକ୍ ଭାବେ ତଦନ୍ତ କରୁ ନ ଥିବା ଅଭିଯୋଗ କରି ୨୦୦୨ରେ ହାଇକୋର୍ଟକୁ ଯାଇଥିଲେ ଗଣଦୁଷ୍କର୍ମର ପୀଡିତା ଅଞ୍ଜନା ମିଶ୍ର । ହେଲେ ଏବେ ପଡିଛି ମାମଲାର ପୂର୍ଣ୍ଣଚ୍ଛେଦ । କୋର୍ଟରେ ଅନ୍ତ ହୋଇଛି ଅଞ୍ଜନା କେସ୍ ।

୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ଗିରଫ ହେବା ପରେ ହାଇକୋର୍ଟରେ ଥିବା ୧୯ ବର୍ଷ ତଳ ମାମଲାରେ ସତ୍ୟାପାଠ ଦାଖଲ କରିଛନ୍ତି ତଦନ୍ତକାରୀ ସଂସ୍ଥା । ଆଉ ଏହା ସହ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ପରିସମାପ୍ତି ଘଟାଇଛନ୍ତି ଉଚ୍ଚ ନ୍ୟାୟାଳୟ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଓ ବିଚାରପତି ଜଷ୍ଟିସ ବି.ପି ରାଉତରାୟଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଛି । ରାଜ୍ୟସରକାର ଏବଂ ସିବିଆଇର ସତ୍ୟପାଠ ପରେ ଏହି ମାମଲାର ଆଜି ପରିସମାପ୍ତି ଘଟିଛି । ମାମଲାର ସମସ୍ତ ଅଭିଯୁକ୍ତ ଗିରଫ ହୋଇସାରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ସତ୍ୟପାଠ ଦାଖଲ ପରେ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ଏହି ହୃଦବବିଦାରକ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ୨୨ ବର୍ଷ ପରେ ଗତ ୨୨ ତାରିଖରେ ଗିରଫ କରିଥିଲା କମିସନରେଟ ପୋଲିସ । ମହାରାଷ୍ଟ୍ରର ପୁଣେରେ ଛଦ୍ମନାମରେ ପାଣି ପାଇପ୍ ମିସ୍ତ୍ରୀ ଭାବେ କାମ କରୁଥିଲା ବିବନ । ଫିଲ୍ମ ଷ୍ଟାଇଲରେ ତାଙ୍କୁ ସେଠାରୁ ଉଠାଇଥିଲା ପୋଲିସ୍ । ଏହାପରେ ପ୍ରେସମିଟରେ ଅଞ୍ଜନା କହିଥିଲେ, ସେ ଗଲା ୨୨ ବର୍ଷ ହେଲା ମରି ମରି ବଞ୍ଚିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ