Masthead

ଟିକା ନେବାକୁ ଚାହୁଁଛନ୍ତି କି, କ’ଣ କରିବାକୁ ହେବ ଜାଣନ୍ତୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ । ବୟସ୍କ ଓ ବିଭିନ୍ନ ରୋଗରେ ପୀଡିତା ନେଇପାରିବେ ଟିକା । କୋ-ୱିନ ଆପ ମାଧ୍ୟମରେ ପଞ୍ଜିକରଣ କରି ଟିକା ନେଇ ପାରିବେ । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମ ଦିନରେ ପ୍ରଧାନ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ବାଚ୍ସପତି ଟିକା ନେଇଛନ୍ତି ।

ଏହି ୧୨ ଟି ଷ୍ଟେପ୍ ମାଧ୍ୟମରେ ଦେଖନ୍ତୁ କିଭଳି ନେବେ ଟିକା
ଷ୍ଟେପ୍ ୧-ଆରୋଗ୍ୟସେତୁ କିମ୍ବା cowin.gov.in ୱେବସାଇଟ୍ ଖୋଲନ୍ତୁ ।
ଷ୍ଟେପ୍ ୨-ଏହାପରେ ଆପଣଙ୍କ ମୋବାଇଲ ନମ୍ବର ପ୍ରବେଶ କରନ୍ତୁ ଏବଂ ଓଟିପି ଉପରେ କ୍ଲିକ୍ କରନ୍ତୁ । ଆପଣଙ୍କ ମୋବାଇଲ ନମ୍ବରରେ ଆସିଥିବା ଓଟିପିକୁ ପ୍ରବେଶ କରନ୍ତୁ ଏବଂ ଯାଞ୍ଚ ବଟନ୍ ଉପରେ କ୍ଲିକ୍ କରନ୍ତୁ ।
ଷ୍ଟେପ୍ ୩- କୋ-ୱିନ ଟ୍ୟାବକୁ ଯାନ୍ତୁ ଏବଂ ଟିକାକରଣ ଟ୍ୟାବ ଉପରେ ଟ୍ୟାପ କରନ୍ତୁାଏହାପରେ ଏକ ପଞ୍ଜୀକରଣ ପୃଷ୍ଠା ଦୃଶ୍ୟମାନ ହେବ ଯେଉଁଠାରେ ଫଟୋ ଓଊ ଟାଇପ, ଏବଂ ଏଥିରେ ଆପଣଙ୍କର ସପୂର୍ଣ୍ଣ ନାମ ପ୍ରବେଶ କରିବାକୁ ପଡିବ ।
ଷ୍ଟେପ୍ ୪-ଆପଣଙ୍କୁ ଲିଙ୍ଗ ଏବଂ ବୟସ ମଧ୍ୟ ପ୍ରବେଶ କରିବାକୁ ପଡିବ । ଉଦାହରଣ ସରୂପ, ଆପଣ ବ୍ୟବହାର କରିପାରିବେ ଏକ ଡ୍ରାଇଭିଂ ଲାଇସେନ୍ସ, ଆଧାର କାର୍ଡ ଏବଂ ପରିଚୟ ପତ୍ର ।
ଷ୍ଟେପ୍ ୫- ଯଦି ପଞ୍ଜୀକୃତ କରୁଥିବା ବ୍ୟକ୍ତିଜଣଙ୍କ ବରିଷ୍ଠ ନାଗରିକ ହୋଇଥିବେ ତେବେ ରେଜିଷ୍ଟର ବଟନ ଉପରେ କ୍ଲିକ୍ କରିବେ । ଯଦି କୋମର୍ବିଡିଟିସ୍ ସହିତ ପଞ୍ଜୀକୃତ କରୁଛନ୍ତି, ତେବେ ଯେତେବେଳେ ‘ଆପଣଙ୍କର କୌଣସି ଅସୁବିଧା ଅଛି’ ପଚାରିବା ବେଳେ ଆପଣଙ୍କୁ ହଁ ଉପରେ କ୍ଲିକ୍ କରିବାକୁ ପଡିବ ।
ଷ୍ଟେପ୍ ୬-୪୫ ବର୍ଷରୁ ୬୦ ବର୍ଷ ବୟସ ଲୋକଙ୍କୁ ନିଯୁକ୍ତି ପାଇଁ ଯିବାବେଳେ ଏକ ଡାକ୍ତରୀ ପ୍ରମାଣପତ୍ର ନେବାକୁ ପଡିବ ।
ଷ୍ଟେପ୍ ୭-ପଞ୍ଜୀକୃତ ସମୂର୍ଣ୍ଣ ହେବାପରେ, ସିଷ୍ଟମ ଆକାଉଣ୍ଟ୍ ଡିଟେଲ୍ସ ଦେଖାଇବ
ଷ୍ଟେପ୍ ୮- ଇୟୟ ଜ୍ଞକ୍ଟକ୍ସର ବଟନ କ୍ଲିକ୍ କରି ମୋବାଇଲ ନମ୍ବର ସହିତ ଜଡିତ ଆଉ ତିନି ଜଣଙ୍କୁ ଯୋଗ କରନ୍ତୁ ।
ଷ୍ଟେପ ୯-୍ ଆପଏଣ୍ଟମେଣ୍ଟର ସୂଚନା ପ୍ରଦାନ କରୁଥିବା ଏକ ବଟନ ରହିବ
ଷ୍ଟେପ୍ ୧୦-ନିଜ ପସନ୍ଦ ଅନୁଯାୟୀ ରାଜ୍ୟ, ଜିଲ୍ଲା, ବ୍ଲକ୍, ଓ ପିନ୍ କୋଡ୍ ଦ୍ୱାରା ପସନ୍ଦର ଟୀକାକରଣ କେନ୍ଦ୍ର ଖୋଜନ୍ତୁ । ଏଠାରେ ଆପଣ ତାରିଖ ଓ ଉପଲବ୍ଧତା ବିଷୟରେ ସୂଚନା ପାଇବେ ।
ଷ୍ଟେପ୍ ୧୧-ବୁକ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
ଷ୍ଟେପ୍ ୧୨-ଥରେ ଆପଏଣ୍ଟମେଣ୍ଟ ବୁକ୍ ହୋଇଗଲୋ ଆପଏଣ୍ଟମେଣ୍ଟଦିନ ପୂର୍ବରୁ ଏହାକୁ ବଦଳାଇ ପାରିବେ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !