Masthead

ପଛକୁ ହଟିଲା ଛତିଶଗଡ଼

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ନୂଆପଡ଼ାର କେନ୍ଦୁବାହରା ସୀମାରେ ପହଁଚିଲା ପ୍ରଶାସନ। ସରଜମିନ ନିରୀକ୍ଷଣ କଲେ ନୂଆପଡା ତହସିଲଦାର । ପଡ଼ୋଶୀ ରାଜ୍ୟର ସୀମାନ୍ତ ଜିଲ୍ଲା ବାଗବାହାରାର ଜଙ୍ଗଲ ବିଭାଗ କର୍ମଚାରୀ ମାନେବି ସୀମା ନିରୀକ୍ଷଣ ସମୟରେ ସାମିଲ ଥିଲେ । ଉଭୟ ପ୍ରଶାସନ ମିଶି ନକ୍ସା ଓ ପୁରୁଣା ଦସ୍ତାବିଜ ଦେଖି ସୀମା ଚିହ୍ନଟ କଲେ। ଜଙ୍ଗଲ ବିଭାଗ ବାଗବାହାରା ବୃକ୍ଷରୋପଣ କରିବା ପାଇଁ ଗାତ ଖୋଲିଥିବା ଜାଗା ଓଡ଼ିଶାର ବୋଲି ଜଣାପଡିଥିଲା। ଜଙ୍ଗଲ ବିଭାଗ ବାଗବାହାରା ତାଙ୍କ ତହସିଲ ବିଭାଗକୁ ନପଚାରି ଗାତ ଖୋଲିଥିବା ଯୋଗୁଁ ଏମିତି ଭୁଲ ହୋଇଥିବା ଜଣାପଡିଛି।

ତହସିଲଦାର ନୂଆପଡ଼ା ଓଡିଶା ଭିତରେ ଛତିଶଗଡ଼ ଖୋଲିଥିବା ଗାତକୁ ନିଜେ ପୋତିବାର ବି ଦେଖାଯାଇଥିଲା। ଗାତ ଖୋଳି ଓଡିଶାର ୪୦ ଏକର ଜମିକୁ ଛତିଶଗଡ଼ ନିଜ ରାଜ୍ୟର ବୋଲି ଦେଖାଇବାକୁ ଚେଷ୍ଟା କରିଥିଲା। ଜିଲ୍ଲାପାଲଙ୍କୁ ଏ ଉପରେ ରିପୋର୍ଟ ଦେଲା ପରେ ପୁଣି ଉଭୟ ରାଜ୍ୟର ସିମାବର୍ତ୍ତି ଜିଲ୍ଲାର ପ୍ରଶାସନ ମିଶି ମିଳିତ ଭାବରେ ଆଲୋଚନା କରିବେ ବୋଲି ଜଣାପଡିଛି। ସେପଟେ ବାଗବାହାରା ଜଙ୍ଗଲ ବିଭାଗର କର୍ମଚାରୀ କହିଛନ୍ତି ଆମେ ଓଡିଶା ସହିତ କୌଣସି ଅଶାନ୍ତି କି ଅପ୍ରତିକର ପରିସ୍ଥିତି ସୃଷ୍ଟି ହେଉ ବୋଲି ଚାହୁଁନାହୁଁ, ଯଦି କିଛି ତ୍ରୁଟି ଥାଏ ତେବେ ତାହାକୁ ଠିକ କରିବା ପାଇଁ ଉଭୟ ଜିଲ୍ଲାର ପ୍ରଶାସନ ମିଶି କାମ କରିବୁ।

ତହସିଲଦାରଙ୍କ ଗସ୍ତ ପରେ ଏହି ସମସ୍ୟାର ସମଧାନ ଜଲଦି ହେଇଯିବ ବୋଲି ସେଠାକାର ସ୍ଥାନୀୟ ଲୋକମାନଙ୍କ ଭିତରେ ବିଶ୍ୱାସ ଜନ୍ମିଛି। କିଛି ସ୍ଥାନରେ ସୀମା ଚିହ୍ନଟ ପାଇଁ ଆଗରୁ ଥିବା ପଥର ଖମ୍ବରେ ରଙ୍ଗବି ଦିଆହେଇଛି। ତହସିଲଦାର ନିଜେ ଗାତ ପୋତୁଥିବା ଦେଖି ସ୍ଥାନୀୟ ଲୋକେ କହିଛନ୍ତି ଛତିଶଗଡ଼ର ଭୁଲକୁ ଆମ ଓଡିଶା ସୁଧାରିଲ। ସେପଟେ ଗାଁରେ ତହସିଲଦାରଙ୍କୁ ପାଇଁ ଗ୍ରାମବାସୀମାନେ ଜଙ୍ଗଲ ଜମିର ପଟ୍ଟା କରାଇଦେବା ପାଇଁ ଅନୁରୋଧ କରିଛନ୍ତି। ସୀମାର ଏକ ସ୍ଥାୟୀ ସମାଧାନ ହେବ ବୋଲି ଉଭୟ ପାର୍ଶ୍ଵବର୍ତ୍ତି ଗାଁର ଲୋକମାନେ ଆଶାବାଦୀ ,କେବେ ଆଶା ପୂରଣ ହେବ ଦେଖିବାକୁ ବାକି ରହିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି