Masthead

ନାଳରେ ଭାସୁଛି ସାର୍କର ମୃତଦେହ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ନାଳରେ ଭାସୁଛି ସାର୍କର ମୃତଦେହ । ବାଲେଶ୍ୱର ଜିଲ୍ଲାର ସୋର ଥାନା ଶ୍ରୀଜଙ୍ଗ ପଞ୍ଚାୟତ କଣ୍ଟିଆଚେରା  ସୁଟିଂପାହି ନିକଟରେ ସାର୍କର ମୃତଦେହ ପଡିଥିଲା । ଏହି ଖବର ଚାରିଆଡେ ପ୍ରଚାରିତ ହେବାପରେ ସେହି ସ୍ଥାନରେ ଲୋକଙ୍କ ଭିଡ ଲାଗିରହିଥିଲା । ରବିବାର ସକାଳେ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ମୃତ ସାର୍କର ଓଜନ ୫ କ୍ୱିଣ୍ଟାଲରୁ ଅଧିକ ହେବ । ତାର ଲମ୍ବା ୧୦ ଫୁଟ ହେବ । ତେବେ ସାର୍କଟି ନାଳକୁ କେମିତି ଆସିଲା, ତାହା ବିଷୟରେ କାହାରିକୁ ଜଣା ନାହିଁ ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ମାରିବାକୁ ଯାଆନ୍ତି । ୩ ଦିନ ତଳେ ଏହି ସାର୍କଟି ମତ୍ସ୍ୟଜୀବୀଙ୍କ ଜାଲରେ ପଡିଥିଲା । ମାତ୍ର ଏନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିବାରୁ ସାର୍କକୁ ସମୁଦ୍ରରେ ଛାଡି ଦେଇଥିବା କହିଥିଲେ । ମାତ୍ର ଆଜି ସ୍ଥାନୀୟ ଲୋକେ ଜାମୁକା ମୁହାଣରେ ମୃତ ସାର୍କ ପଡିଥିବା ଦେଖିବାକୁ ପାଇଥିଲେ । ଯାହାକୁ ଦେଖିବା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ କୌଣସି ପଦାଧିକାରୀ ଘଟଣାସ୍ଥଳକୁ ଆସିନଥିବା ଜଣାପଡିଛି । ତାକୁ ଧିବରମାନେ କୂଳକୁ ଆଣିଥିଲେ । ସମୁଦ୍ର କୂଳରେ ସାର୍କ ପଡିଥିବା ଦେଖି ଛୋଟ ପିଲାମାନେ ନାଳକୁ ଟାଣିଆଣିଥିବା ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା