ନାଳରେ ଭାସୁଛି ସାର୍କର ମୃତଦେହ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ନାଳରେ ଭାସୁଛି ସାର୍କର ମୃତଦେହ । ବାଲେଶ୍ୱର ଜିଲ୍ଲାର ସୋର ଥାନା ଶ୍ରୀଜଙ୍ଗ ପଞ୍ଚାୟତ କଣ୍ଟିଆଚେରା  ସୁଟିଂପାହି ନିକଟରେ ସାର୍କର ମୃତଦେହ ପଡିଥିଲା । ଏହି ଖବର ଚାରିଆଡେ ପ୍ରଚାରିତ ହେବାପରେ ସେହି ସ୍ଥାନରେ ଲୋକଙ୍କ ଭିଡ ଲାଗିରହିଥିଲା । ରବିବାର ସକାଳେ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ମୃତ ସାର୍କର ଓଜନ ୫ କ୍ୱିଣ୍ଟାଲରୁ ଅଧିକ ହେବ । ତାର ଲମ୍ବା ୧୦ ଫୁଟ ହେବ । ତେବେ ସାର୍କଟି ନାଳକୁ କେମିତି ଆସିଲା, ତାହା ବିଷୟରେ କାହାରିକୁ ଜଣା ନାହିଁ ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ମାରିବାକୁ ଯାଆନ୍ତି । ୩ ଦିନ ତଳେ ଏହି ସାର୍କଟି ମତ୍ସ୍ୟଜୀବୀଙ୍କ ଜାଲରେ ପଡିଥିଲା । ମାତ୍ର ଏନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିବାରୁ ସାର୍କକୁ ସମୁଦ୍ରରେ ଛାଡି ଦେଇଥିବା କହିଥିଲେ । ମାତ୍ର ଆଜି ସ୍ଥାନୀୟ ଲୋକେ ଜାମୁକା ମୁହାଣରେ ମୃତ ସାର୍କ ପଡିଥିବା ଦେଖିବାକୁ ପାଇଥିଲେ । ଯାହାକୁ ଦେଖିବା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ କୌଣସି ପଦାଧିକାରୀ ଘଟଣାସ୍ଥଳକୁ ଆସିନଥିବା ଜଣାପଡିଛି । ତାକୁ ଧିବରମାନେ କୂଳକୁ ଆଣିଥିଲେ । ସମୁଦ୍ର କୂଳରେ ସାର୍କ ପଡିଥିବା ଦେଖି ଛୋଟ ପିଲାମାନେ ନାଳକୁ ଟାଣିଆଣିଥିବା ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ