Masthead

ଏକତରଫା ପ୍ରେମରେ ଆକ୍ରମଣ, ମା ମୃତ

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ଗୋଟିଏ ପଟେ ରାଜ୍ୟ ପାଳନ କରୁଛି ବିଶ୍ୱ ମହିଳା ଦିବସ । ଅନ୍ୟପଟେ ଦିନ ଦ୍ୱିପହରରେ ମହିଳାଙ୍କୁ କରାଯାଇଛି ଛୁରାମାଡ । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କର୍ଲାଖୁଂଟା ଗାଁରେ । ଏକତରଫା ପ୍ରେମରୁ ଘଟିଛି ଏଭଳି ଛୁରାମାଡ । ଛୁରାମାଡରେ ଯୁବତୀଙ୍କ ମା’ଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଯୁବତୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ କେସିଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି ।

ମୃତ ମହିଳା ଜଣକ ହେଲେ ୫୫ ବର୍ଷିୟ ସିନ୍ଧୁ ବାଗ । ଅଭିଯୁକ୍ତ ତିଲକର ନାଏକକୁ କେସିଙ୍ଗା ପୋଲିସ ଗିରଫ କରିଛି । ସକାଳେ ଯୁବତୀ ଜଣକ ତାଙ୍କ ମା’ ସିନ୍ଧୁଙ୍କ ସହ ଗାଧୋଇ ସାରି ଘରକୁ ଫେରୁଥିଲେ । ଏହି ସମୟରେ ପୂର୍ବରୁ ଛକି ରହିଥିବା ତଥାକଥିତ ପ୍ରେମିକ ଯୁବତୀଙ୍କୁ ଛୁରାମାଡ କରିଥିଲା । ଝିଅକୁ ବଞ୍ଚାଇବାକୁ ଯାଇ ମା ସିନ୍ଧୁ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ମେଡିକାଲ ନେଇଥିଲେ ମଧ୍ୟ ଡାକ୍ତର ସିନ୍ଧୁଙ୍କୁ ମୃତ ଘୋଷଣା କରିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ