Masthead

ଆକାଶରୁ ଝରୁଛି ଜୀବନ, ବର୍ଷା ଲିଭେଇବ ବଣ ନିଆଁ

ଶିମିଳିପାଳ (ବଡ଼ ଖବର ବ୍ୟୁରୋ): ଆକାଶରୁ ଝରିଲା ଜୀବନ। ବର୍ଷା ବୁନ୍ଦାରୁ ଝରୁଥିଲା ଅମୃତ। ସବୁକିଛି ଅଚାନକ ହେଉଥିଲା। ଲାଗୁଥିଲା ଯେମିତି ଶିମିଳିପାଳର ଜଳୁଥିବା ପ୍ରକୃତିକୁ ବଞ୍ଚାଇବାକୁ ନିଜେ ପ୍ରକୃତି ଚମତ୍କାର କରୁଥିଲା। ଧୁ ଧୁ ଖରା କିମ୍ବା କଳା ବାଦଲର ଲକ୍ଷଣ ବି ନ ଥିଲା। ହେଲେ ହଠାତ ମୟୂରଭଞ୍ଜ ଜିଲ୍ଲାର ଉଦଳା, ସାରସକଣା, ଯଶୀପୁର, କରଞ୍ଜିଆ, ଠାକୁରମୁଣ୍ଡା ଆଦି ଅଞ୍ଚଳରେ ବର୍ଷା ହୋଇଥିଲା। ଲାଗୁଥିଲା ଯେମିତି ଶିମିଳିପାଳ ବଣକୁ ବର୍ଷା ବଞ୍ଚାଇ ଦେଲା। ତେବେ ଏତିକି ବର୍ଷା ଜଳୁଥିବା ଶିମିପାଳ ଜଙ୍ଗଲକୁ ସମ୍ପୂର୍ଣ୍ଣ ଲିଭାଇ ପାରିନି। ଏବେବି ଜଳୁଛି। କିନ୍ତୁ ସାମାନ୍ୟ ଆଶ୍ୱସ୍ତି। ଦୀର୍ଘ ୧୫ ଦିନରୁ ଅଧିକ ସମୟ ଧରି ଜଳୁଥିବା ଶିମିପାଳ ପାଇଁ ଏ ବର୍ଷା ଥିଲା ଯେମିତି ମୃତ ସଂଜୀବନି।

ଶିମିଳିପାଳ ବନଖଣ୍ଡ ଅଞ୍ଚଳରେ କେବଳ ବର୍ଷା ହୋଇନି। କୁଆପଥର ବର୍ଷା ହୋଇଛି। ଲଗାତାର ଭାବେ ଦୁଇ ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ଧରି ବର୍ଷା ହୋଇଥିଲା ଶିମିଳିପାଳ ବନଖଣ୍ଡରେ। ସେପଟେ ସାରା ରାଜ୍ୟରେ ଜଙ୍ଗଲ ଜଳୁଛି। ନିଆଁ ଲିଭାଇବା ପାଇଁ ବନ ବିଭାଗ ଓ ଅଗ୍ନିଶମ ବିଭାଗ କର୍ମଚାରୀ ନାକେଦମ୍ ହେଲେଣି। ହେଲେ ନିଆଁ ନିୟନ୍ତ୍ରଣକୁ ଆସିପାରୁ ନାହିଁ। ଶିମିଳିପାଳ ସ୍ଥିତି ସବୁଠାରୁ ଉଦବେଗଜନକ। ତେବେ ଆଜିର ବର୍ଷା ଟିକେ ଆଶ୍ୱସ୍ତି ଆଣିଛି। ଅନ୍ୟପଟେ ରାଜ୍ୟର ସମସ୍ତ ବନ କର୍ମଚାରୀଙ୍କ ଛୁଟି ବାତିଲ୍ । ସମସ୍ତ ବନଖଣ୍ଡ ଅଧିକାରୀଙ୍କୁ ଚିଠି ଲେଖିଲେ ପିସିସିଏଫ୍ ।

ଦୀର୍ଘ ଦିନ ଧରି ଶୁଖିଲା ପାଗ ଏବଂ ଅଧିକ ବାୟୁମଣ୍ଡଳୀୟ ତାପମାତ୍ରା ପରେ ଜଙ୍ଗଲରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଜଙ୍ଗଲ ଅଗ୍ନିକାଣ୍ଡକୁ ରୋକିବା ତଥା ମୁକାବିଲା କରିବା ପାଇଁ ଜଙ୍ଗଲ ଅଧିକାରୀମାନଙ୍କୁ ୨୪ ଘଣ୍ଟା ଆର୍ଲଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିଦିନ ରାଜ୍ୟ ସ୍ତରରେ ପରିସ୍ଥିତି ଉପରେ ନଜର ରଖାଯାଇଛି। ଏହାସହ କୌଣସି ଜଙ୍ଗଲ ଅଧିକାରୀଙ୍କୁ କୌଣସି ଛୁଟି ଦିଆଯିବ ନାହିଁ। ଜରୁରୀ ପରିସ୍ଥିତିରେ ଉପରିସ୍ଥ ଅଧିକାରୀଙ୍କଠୁ ଅନୁମତି ନେଇ ପାରିବେ। ଏହାର ଖିଲଫ ହେଲେ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଙ୍ଗଲ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଭଞ୍ଜ ସେନା ପକ୍ଷରୁ ଆଜି ୯ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ପାଳନ କରାଯାଇଛି। ଶିମିଳିପାଳର ସୁରକ୍ଷା ପାଇଁ ଭଞ୍ଜ ସେନା ଏହି ବନ୍ଦ ଡାକରା ଦେଇଥିଲା। ଶିମିଳିପାଳ ବଣକୁ ବର୍ଷା ବଞ୍ଚାଇ ଦେଲା। ତେବେ ଏତିକି ବର୍ଷା ଜଳୁଥିବା ଶିମିପାଳ ଜଙ୍ଗଲକୁ ସମ୍ପୂର୍ଣ୍ଣ ଲିଭାଇ ପାରିନି। ଏବେବି ଜଳୁଛି। କିନ୍ତୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ