Masthead

ଆସୁଛି ବର୍ଷା, ଲିଭିବ ଜଙ୍ଗଲି ନିଆଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସୁଛି କାଳବୈଶାଖୀ । ପବନ ସହ ଭଲ ବର୍ଷା ହୋଇପାରେ । ରାଜ୍ୟର ୨୬ ଜିଲ୍ଲାରେ ଜଳୁଥିବା ଜଙ୍ଗଲ ନିଆଁ ଲିଭିବ । ନୂଆ ଜୀବନ ପାଇବେ ତରୁଲତା । ହ୍ରାସ ପାଇବ ଉତ୍ତାପ । ଲିଭି ଯାଇପାରେ ଜଙ୍ଗଲ ନିଆଁ । ଆସନ୍ତା ୧୩ ତାରିଖ ମଧ୍ୟରେ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଫଳରେ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହୋଇପାରେ । ଏହାସହ ଗୁଜରାଟ, ମଧ୍ୟପ୍ରଦେଶ ପାର୍ଶ୍ବରୁ ଓଡ଼ିଆ ଉପର ଦେଇ ବଙ୍ଗୋପସାଗର ଆଡକୁ ଏକ ଟ୍ରପ୍ ଆସୁଛି । ଫଳରେ ୧୩ ତାରିଖ ମଧ୍ୟରେ ରାଜ୍ୟରେ ଘଡଘଡି ସହ ବର୍ଷା ହେବାରେ ସହାୟକ ହେବ ବୋଲି ଆକଳନ କରିଛନ୍ତି ସୋଆ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁ ।

ଶିମିଳିପାଳ ଜଙ୍ଗଲରେ ନିଆଁ ବ୍ୟାପିବା ଦ୍ବାରା ତାପମାତ୍ରା ଓ ଧୂଆଁ ବଢିଛି । ଫଳରେ ସମୁଦ୍ରରୁ ସ୍ଥଳଭାଗ ଆଡକୁ ଆସୁଥିବା ଜଳୀୟ ବାଷ୍ପ ଗରମ ପବନ ମିଶ୍ରଣ ଫଳରେ ଶିମିଳିପାଳ ଅଭୟାରଣ୍ୟରେ କାଳବୈଶାଖୀ ବର୍ଷା ହୋଇଛି ।କିଛି ଦିନ ହେଲା ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରିବାରେ କାଳବୈଶାଖୀ ବର୍ଷା ସହାୟକ ହୋଇପାରେ । ବିଶେଷ ଭାବେ ମାର୍ଚ୍ଚ ମାସରୁ ମୌସୁମୀ ଆସିବ ପର୍ଯ୍ୟନ୍ତ କାଳବୈଶାଖୀ ଅନୁଭୂତ ହୋଇଥାଏ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି